'ପୋନିୟିନ୍ ସେଲଭାନ୍‌'ର BTS ପ୍ରୋମା ରିଲିଜ୍‌, ଚୋଳ ଯୋଦ୍ଧାରେ ନଜର ଆସିଲେ ବିକ୍ରମ

Published By : Prameya-News7 Bureau | August 25, 2022 IST

ମୁମ୍ଵାଇ ୨୫।୦୮: ପ୍ରସିଦ୍ଧ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପୋନିୟିନ୍ ସେଲଭାନ୍। ବର୍ତ୍ତମାନ ନିର୍ମାତା ପୋନିୟିନ୍ ସେଲଭାନ୍ ଫିଲ୍ମର ଏକ ଦମଦାର ଡ୍ୟାନ୍ସ ନମ୍ବରକୁ ଏକ ବିଟିଏସ୍ ପ୍ରୋମୋରେ ରିଲିଜ୍ କରିଛନ୍ତି । ପ୍ରୋମୋଟି ହେଉଛି CHOLA CHOLA । ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଚିଆନ୍ ବିକ୍ରମ ଉତ୍ସାହର ସହ ନାଚୁଥିବା ଦେଖିବାକୁ ମିଳିଛି। ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ପ୍ରୋମୋ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ଲକ୍ଷରୁ ଅଧିକ ଭ୍ୟୁ ମିଳିଛି।

ବିକ୍ରମ ଆଦିତ୍ୟଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ହେଉଛି ଅଭିନେତ୍ରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ।  ଦଶମ ଶତାବ୍ଦୀର ଯୁଗରେ ଦେଖାଯାଉଥିବା ଚିଆନ୍ ବିକ୍ରମଙ୍କୁ ଏହି ଗୀତରେ ଜଣେ ଯୋଦ୍ଧା ଭାବରେ ଦେଖିବାକୁ ମିଳିଛି। ଗୀତର ବିଟିଏସ୍ ପ୍ରୋମୋ ବ୍ୟତୀତ ଫିଲ୍ମର ବିଦେଶରେ ରିଲିଜ୍ ହେବା ନେଇ ଘୋଷଣା କରାଯାଇଛି।

wp:html /wp:html

କହିବାକୁ ଗଲେ ପୋନିୟିନ୍ ସେଲଭାନ୍ ରିଲିଜ୍ ପୂର୍ବରୁ ମଧ୍ୟ ବିବାଦରେ ଅଛନ୍ତି। ଦଶମ ଶତାବ୍ଦୀରେ ଚୋଳ ସାମ୍ରାଜ୍ୟର ସଂଗ୍ରାମର କାହାଣୀ ବର୍ଣ୍ଣନା କରିବା ନେଇ ଅଭିଯୋଗ ଆସିଛି। ପ୍ରକୃତରେ, ରିପୋର୍ଟ ଅନୁଯାୟୀ, ଫିଲ୍ମରେ ଏଭଳି ଭୁଲ ଧରାପଡିଛି, ଯାହା ପରେ ନିର୍ମାତାଙ୍କୁ କୋର୍ଟ ନୋଟିସ୍ ପଠାଇଛନ୍ତି। ରିଲିଜ ହେବା ପୂର୍ବରୁ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରିବାକୁ ଓକିଲ ଦାବି କରିଛନ୍ତି। ଆଡଭୋକେଟ୍ ସେଲଭମ୍ କହିଛନ୍ତି ଯେ ଚୋଳ ରାଜବଂଶକୁ ଭୁଲ ଉପସ୍ଥାପିତ କରାଯାଇଛି। ସ୍ଵତନ୍ତ୍ର ସ୍କ୍ରିନିଂ ମାଧ୍ୟମରେ, ଏହା ନିଶ୍ଚିତ ହେବ ଯେ ଐତିହାସିକ ତଥ୍ୟ ସହିତ କୌଣସି ଟ୍ୟାମ୍ପରିଂ ହେବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.