ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସାଉଥ୍‌ରେ ଫିଲ୍ମର ପ୍ରମୋସନ କରୁଛନ୍ତି ଐଶ୍ଵର୍ଯ୍ୟା, କାହିଁକି କପିଲ୍‌ଙ୍କ ଶୋ’କୁ ଆସିଲେ ନାହିଁ ?

28/09/2022 at 2:03 PM

ନୂଆଦିଲ୍ଳୀ ୨୮।୦୯: ଦୀର୍ଘ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ବଡ ପରଦାକୁ ଫେରୁଛନ୍ତି। ତାହା ପୁଣି ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍‌ରେ ନଜର ଆସିବେ । କୁହାଯାଉଛି ଯେ ଏହି ଫିଲ୍ମ ୫୦୦ କୋଟି ବଜେଟରେ ନିର୍ମି। ଯେଉଁଥିରେ ଐଶ୍ୱର୍ଯ୍ୟା ରାୟଙ୍କର ଦୁଇଟି ଭୂମିକା ରହିବ। ସେ ଏକ ଦୃଢ ଭୂମିକାରେ ନଜର ଆସିବେ। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ହେଉଛନ୍ତି ଏକମାତ୍ର ବଲିଉଡ ଷ୍ଟାର। ଯିଏ ଦକ୍ଷିଣର ତାରକାମାନଙ୍କ ସହିତ ଅଭିନୟ କରୁଛନ୍ତି । ଏପରି ପରିସ୍ଥିତିରେ, ଦି କପିଲ ଶର୍ମା ଶୋ’ରେ ଫିଲ୍ମର ପୁରା ଟିମ୍‌ ପ୍ରମୋସନ ପାଇଁ ଯାଇଥିଲା। ଯାହାର ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଐଶ୍ୱର୍ଯ୍ୟା ଏଥିରେ ଦେଖିବାକୁ ମିଳି ନାହାନ୍ତି।

ଏଥର ସାଉଥ ଷ୍ଟାର ବିକ୍ରମ, ଶୋଭିତା ଧୁଲିପାଲ, ତ୍ରିଶା କୃଷ୍ଣନ, କାର୍ତ୍ତି ଏବଂ ଜୟମ ରବି ଶୋ’ରେ ପହଞ୍ଚି ଥିବାବେଳେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କୁ ଏହି ପ୍ରମୋରେ ଦେଖିବାକୁ ମିଳି ନାହାନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତ ସାଉଥ କଳାକାର ଫିଲ୍ମର ପ୍ରମୋସନ୍ ପାଇଁ ହିନ୍ଦି ଶୋ’ରେ ପହଞ୍ଚିଥିଲେ, କିନ୍ତୁ ଐଶ୍ୱର୍ଯ୍ୟା କପିଲଙ୍କ ଶୋ’କୁ କାହିଁକି ଆସିଲେ ନାହିଁ। ଯେତେବେଳେ ସେ ସାଉଥରେ ଫିଲ୍ମର ପ୍ରମୋସନ କରୁଛନ୍ତି ।

ପୋନିୟିନ୍ ସେଲଭାନ୍ ୩୦ ସେପ୍ଟେମ୍ବର ଅର୍ଥାତ୍ ଦୁଇ ଦିନ ପରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ବିଷୟରେ ଅନେକ ଆଲୋଚନା ହୋଇଛି । ବିଶେଷକରି ଏହାର ବଜେଟ୍ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛି। ଏହା ବିଶେଷ କରି ଚୋଳ ରାଜବଂଶ ଉପରେ ଆଧାରିତ ।

   Related Posts