LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସିଗଲା ‘PS-2’ ଟ୍ରେଲରର ରିଲିଜ୍‌ ଡେଟ୍‌, ପୋଷ୍ଟରରେ ଦେଖିବାକୁ ମିଳିଲା ଦମ୍‌ଦାର ଲୁକ୍‌

25/03/2023 at 2:06 PM

Ponniyin Selvan 2 Date Announced

ମୁମ୍ଵାଇ ୨୫।୦୩: ନିର୍ଦ୍ଦେଶକ ମଣି ରତ୍ନମଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ପୋନିୟିନ୍ ସେଲଭାନ୍’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ପାର୍ଟ-୨ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ’ପୋନିୟିନ୍ ସେଲଭାନ୍’କୁ ନେଇ ଅନେକ ଚର୍ଚ୍ଚା। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥି ସହିତ ଏହି ଫିଲ୍ମର ଟ୍ରେଲରର ରିଲିଜ୍ ଡେଟ୍‌ମଧ୍ୟ ସାମ୍ନାକୁ ଆସିଛି। ନିର୍ମାତାମାନେ ‘ପୋନିୟିନ୍ ସେଲଭାନ୍ ୨’ର ଚମତ୍କାର ପୋଷ୍ଟର ସହିତ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

ଚଳଚ୍ଚିତ୍ର ନିର୍ମାତାମାନେ ସେୟାର କରିଥିବା ପୋଷ୍ଟରରେ ମୁଖ୍ୟ କଳାକାର ଚିଆନ ବିକ୍ରମ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନଜର ଆସିଛନ୍ତି। ଟ୍ରେଲରର ରିଲିଜ୍ ତାରିଖ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । ୨୯ ମାର୍ଚ୍ଚରେ ‘ପୋନିୟିନ୍ ସେଲଭାନ୍-୨’ର ଟ୍ରେଲର ସାମ୍ନାକୁ ଆସିବ।

କହିବାକୁ ଗଲେ ‘PS-1’ ୩୦ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଭାରତୀୟ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ଆୟ କରିଥିବାବେଳେ ବିଶ୍ୱ ଚଳଚ୍ଚିତ୍ର ୪୫୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ଏବେ ସମସ୍ତଙ୍କ ଆଖି ‘ପୋନିୟିନ୍ ସେଲଭାନ୍-୨’ ‘ଉପରେ ଅଛି। ଏହା ଦେଖିବାକୁ ବାକି ରହିଲା ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।  

   Related Posts