scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘Ponniyin Selvan’ ମୋସନ୍‌ ପୋଷ୍ଟର ରିଲିଜ୍‌, ସାମ୍ନାକୁ ଆସିଲା ଚୋଳ ସାମ୍ରାଜ୍ୟର ଝଲକ

3/07/2022 at 11:23 AM

ନୂଆଦିଲ୍ଳୀ ୦୩।୦୭: ଫେମସ୍‌ ନିର୍ମାତା ମଣି ରତ୍ନାମ୍‌ଙ୍କ ଫିଲ୍ମ ପୋନିୟିନ ସେଲଭାନର ପାର୍ଟ-୧କୁ ବହୁତ ସମୟ ଧରି ଫ୍ୟାନ୍ସମାନେ ଅପେକ୍ଷା କରି ରହିଛନ୍ତି। ଐଶ୍ବର୍ଯ୍ୟାଙ୍କ ଏହି ବିଗ୍‌ ବଜେଟ୍ ଫିଲ୍ମ ୫୦୦ ହେବ ବୋଲି କୁହାଯାଉଛି । ଏହା ତାମିଲ ,ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ହେଲେ ଫିଲ୍ମକୁ ନେଇ କୌଣସି ଅପଡେଟ୍‌ ସାମ୍ନାକୁ ଆସି ନାହିଁ । କିନ୍ତୁ ବର୍ତ୍ତମାନ ମେକର୍ସ ଏହାର ଏକ ନୂଆ ମୋସନ ପୋଷ୍ଟର ରିଲିଜ କରିଛନ୍ତି। ଏହା ସହ କହିଛନ୍ତି ଆଗାମୀ ସପ୍ତାହରେ ଫିଲ୍ମର ଡିଟେଲସ୍‌ ସାମ୍ନାକୁ ଆସିବ ।

ପୋନିୟିନ୍ ସେଲଭାନ୍ ଫିଲ୍ମ ଲାଇକା ପ୍ରଡକ୍ସନ୍ ଏବଂ ମାଡ୍ରାସ୍ ଟକିଜ୍ ବ୍ୟାନରରେ ନିର୍ମିତ। ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ଯାହାର ପ୍ରଥମ ଭାଗ ୩୦ସେପ୍ଟେମ୍ବରରେ ରିଲିଜ୍ ହେବାକୁ ଯାଉଛି । ପୋଷ୍ଟରରେ ଚୋଳ ସାମ୍ରାଜ୍ୟର ଝଲକ ଦେଖାଯାଇଛି । ଏଥିରେ କିଛି ଲୋକ ଚୋଳ ରାଜବଂଶର ପତାକା ଉତ୍ତୋଳନ କରୁଥିବା ବେଳେ ପୋଷ୍ଟରରେ ଲେଖାଯାଇଛି ଯେ ଚୋଳ ରାଜବଂଶର ଲୋକମାନେ ଆସୁଛନ୍ତି।

ଫିଲ୍ମର ପୋନିୟିନ୍ ସେଲଭାନ୍ ମୋସନ୍ ପୋଷ୍ଟର ସହ ଫିଲ୍ମର ମ୍ୟୁଜିକ୍ କମ୍ପୋଜ୍‌ କରିଥିବା ଏ ଆର ରେହମାନ ଏବଂ ଅନ୍ୟ ଟିମ୍‌ ମଧ୍ୟ ସେୟାର କରିଛନ୍ତି। ଏହା ବ୍ୟତୀତ ଆଗାମୀ ସପ୍ତାହରେ ଏଡଭେଞ୍ଚର ହେବ ବୋଲି ନିର୍ମାତା କହିଛନ୍ତି । ଖବର ଅନୁଯାୟୀ ୭ ଜୁଲାଇ ତାମିଲନାଡୁର ଥାନଜାଭୁରରେ ପୋନିୟାନ ସେଲଭାନ ଫିଲ୍ମର ଟିଜର ଲଞ୍ଚ ହେବାକୁ ହେବାର ଥିଲା ହେଲେ କୌଣସି କାରଣରୁ ନିର୍ମାତାମାନେ ବାତିଲ କରିଥିଲେ । କୁହାଯାଇଛି କି ଏହି ଲଞ୍ଚରୁ ଫିଲ୍ମର ପ୍ରମୋସନ ଆରମ୍ଭ ହେବ।

   Related Posts