ପଲିଥିନ୍ ବ୍ୟାନ୍ ନେଇ ଡ୍ରାଫ୍ଟ ଜାରି କଲେ ରାଜ୍ୟ ସରକାର
6/09/2018 at 2:00 AM

ଭୁବନେଶ୍ୱର ୦୫/୦୯ : ପଲିଥିନ୍ ବ୍ୟାନ୍ ନେଇ ଡ୍ରାଫ୍ଟ ଜାରି କଲେ ରାଜ୍ୟ ସରକାର। ପାଞ୍ଚ ଶହ ଏମ୍.ଏଲ୍. କାପାସିଟି ତଳକୁ ବଟଲ ଡ୍ରିଙ୍କସରେ ବ୍ୟବହାର ହୋଇପାରିବ। ମାଟିରେ ମିଶିପାରୁଥିବା ପଲିଥିନ୍ ବ୍ୟବହାର ହୋଇପାରିବ ବୋଲି ଡ୍ରାଫ୍ଟରେ କୁହାଯାଇଛି।ଥର୍ମକୁଲରେ ତିଆରି ହୋଇଥିବା ପଦାର୍ଥ ବ୍ୟବହାର ହୋଇପାରିବ। ମୁନସିପାଲ କମିଶନର କିମ୍ବା କାର୍ୟ୍ୟନିର୍ହବାହୀ ଅଧିକାରୀ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବେ। ସିନେମା ହଲ ମାଲିକମାନେ ସଚେତନ ପାଇଁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବିଜ୍ଞାପନ ପ୍ରଦର୍ଶନ କରିବେ। ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଓପାଣି ଉତ୍ପାଦନକାରୀ ସଂସ୍ଥା ଯେଉଁ ନେଟୱାର୍କରେ ସାମଗ୍ରି ସପ୍ଲାଇ କରିବେ ସେହି ନେଟୱାର୍କରେ ପଲିଥିନ ସଂଗ୍ରହ କରିବେ ବୋଲି ଡ୍ରାଫ୍ଟରେ କୁହାଯାଇଛି।
Related Posts
ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ
2 July 2022