scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରୀମନ୍ଦିରରେ ପଲିଥିନ ଉପରେ ପୁଣି ଲାଗିଲା କଟକଣା, ନିୟମକୁ ଭକ୍ତଙ୍କ ମହଲରେ ସ୍ୱାଗତ

15/12/2023 at 6:39 PM

ପୁରୀ: ଶ୍ରୀମନ୍ଦିରରେ ପଲିଥିନ ବ୍ୟବସ୍ଥା ଉପରେ ପୁଣି ଲାଗିଲା କଟକଣା। ଏଣିକି ଭକ୍ତ ହୁଅନ୍ତୁ କିମ୍ବା ସେବାୟତ କେହି ବି ମନ୍ଦିର ଭିତରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରିପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବରୁ ପଲିଥିନ କଟକଣା ଉପରେ କଟକଣା ଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଉନଥିଲେ। ତେବେ ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ବନ୍ଦ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଫୁଲ, ଭୋଗ ସାମଗ୍ରୀ ପଲିଥିନରେ ନେବା ପରିବର୍ତ୍ତେ କପଡା ବ୍ୟାଗରେ ନେବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ।

ସେହିପରି ଶ୍ରୀମନ୍ଦିର ଭିତରେ ସେବାୟତମାନେ ମଧ୍ୟ ପଲିଥିନ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ।‌ ବିକଳ୍ପ ବ୍ୟାଗ ଭାବେ କପଡ଼ାରେ ପ୍ରସ୍ତୁତ ବ୍ୟାଗ୍ ଅବା ବିଭିନ୍ନ ପ୍ରାକୃତିକ ପଦ୍ଧତିରେ ତିଆରି ହେଉଥିବା ବ୍ୟାଗ୍ ବ୍ୟବହାର କରିବାପାଇଁ ପରାମର୍ଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଏଦିଗରେ ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିରରେ ପଲିଥିନ୍ ବ୍ୟବହାର ଉପରେ କଟକଣା ଥିଲେ ମଧ୍ୟ କେହି ଏହାକୁ ମାନୁନଥିଲେ। ଫଳରେ ଫୁଲ ଏବଂ ଭୋଗ ସାମଗ୍ରୀ ନେବା ଆଣିବାରେ ବିପୁଳ ପଲିଥିନ ବ୍ୟବହାର ହେଉଛି।‌

ଏହାଦ୍ୱାରା ପରିବେଶ ପ୍ରଦୂଷଣ ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଛି। ଏଣୁ ପୁରୀ ସହରର ସୌନ୍ଦର୍ଯ୍ୟ ରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିିତ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେପଟେ ପ୍ରଶାସନର ଏଭଳି ନିୟମକୁ ସେବାୟତ ମାନେ ସ୍ୱାଗତ କରିଛନ୍ତି।‌

   Related Posts