ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତି ସଂକଟଜନକ ; ରାଜଧାନୀ ଭିତରକୁ ୩ଦିନ ଧରି ଭାରିଯାନ ଚଳାଚଳ ଉପରେ କଟକଣା

Published By : Prameya-News7 Bureau | November 09, 2018 IST

ନୂଆଦିଲ୍ଲୀ ୯|୧୧:  ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅତି ସଂକଟଜନକ ରହିଛି । ଆଜି ସକାଳେ ମଧ୍ୟ ଦିଲ୍ଲୀର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ଅଧିକ ଥିବା ଦେକିବାକୁ ମିଳିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୦ ଟପିଛି । ଆଜି ଏବଂ କାଲି ପ୍ରଦୂଷଣ ସ୍ଥିତି ସଂକଟଜନକ ରହିବ ବୋଲି ଆକଳନ କରାଯାଉଛି । ଦୀପାବଳି ଦିନ ବେହିସାବ ବାଣ ଫୁଟାଇବା ପରେ ଦିଲ୍ଲୀର ପବନରେ ମିଶିଛି ବହଳ ଧୂଆଁ । ଏହା କମିବା ପାଇଁ ସମୟ ଲାଗୁଛି । ଧୂଳି ଓ ଧୂଆଁରୁ ଆଶ୍ବସ୍ତି ପାଇବା ଲାଗି ରାସ୍ତା ଏବଂ ଗଛ ଉପରେ କିଛି ସ୍ଥାନରେ ପାଣି ସ୍ପ୍ରେ କରାଯାଉଛି । ରାଜଧାନୀ ଭିତରକୁ ୩ଦିନ ଧରି ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.