ଦେଶରେ ବଢୁଛି ପ୍ରଦୂଷଣଜନୀତ ମୃତ୍ୟୁସଂଖ୍ୟା, ୨୦୧୯ରେ ଯାଇଛି ୧୬ ଲକ୍ଷ ୭୦ ହଜାର ଜୀବନ

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : ଦେଶରେ ପ୍ରଦୂଷଣ ମାତ୍ରା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିବର୍ଷ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଦୂଷଣ ଯୋଗୁଁ କେବଳ ୨୦୧୯ ମସିହାରେ ଦେଶରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ଯାଇଛି । ଯାହକି ଦେଶର ମୋଟ ମୃତ୍ୟୁ ହାରର ୧୮ ପ୍ରତିଶତ । ୨୦୧୭ ତୁଳନାରେ ୨୦୧୯ ମସିହାରେ ପ୍ରଦୂଷଣଜନୀତ ମୃତ୍ୟୁସଂଖ୍ୟା ଅଧିକ । ୨୦୧୭ ମସିହାରେ ଏହି ସଂଖ୍ୟା ୧୨ ଲକ୍ଷ ୪୦ ହଜାର ଥିଲା । ଅର୍ଥାତ ଦେଶର ମୋଟ ମୃତ୍ୟୁ ହାରର ୧୨.୫ ପ୍ରତିଶତ ।

ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ପ୍ରଦୂଷଣରୁ କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ, ଶ୍ୱାସକ୍ରିୟା ସଂକ୍ରମଣ, ଫୁସଫୁସ କର୍କଟ, ହୃଦ ରୋଗ, ଷ୍ଟ୍ରୋକ୍, ଡାଇବେଟିସ୍, ନବଜାତକ ବ୍ୟାଧି ଏବଂ ମୋତିଆବିନ୍ଦୁ ଭଳି ସମସ୍ୟା ଦେଖାଯାଏ । ପ୍ରଦୂଷଣଜନୀତ ମୃତ୍ୟୁ ଯୋଗୁଁ ୨୦୧୯ରେ ଦେଶର ଅର୍ଥନୀତିରେ ମଧ୍ୟ ପ୍ରଭାବ ପଡିଛି । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଭାରତର ଜିଡିପିରେ ୧.୩୬ ପ୍ରତିଶତ କ୍ଷତି ଘଟିଛି ।

୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ପ୍ରାୟ ୧ ଲକ୍ଷ ୭୦ ହଜାର ନବଜାତକଙ୍କର ମୃତ୍ୟୁ ଘଟିଥିଲା । ତେବେ ବିଡମ୍ବନାର ବିଷୟ ହେଉଛି ୨୦୧୯ରେ ସାରା ବିଶ୍ବରେ ପ୍ରଦୂଷଣ ଯୋଗୁଁ ୫ ଲକ୍ଷ ନବଜାତକଙ୍କର ମୃତ୍ୟୁ ଘଟିଥିଲା ଏବଂ ଏଥି ମଧ୍ୟରୁ କେବଳ ଭାରତରେ ୧ ଲକ୍ଷ ୧୬ ହଜାର ନବଜାତକଙ୍କର ମୃତ୍ୟୁ ଘଡିଥିଲା । ସେହି ଭଳି ଆଫ୍ରିକାରେ ପ୍ରଦୂଷଣ ଯୋଗୁଁ କେବଳ ୨୦୧୯ରେ ପ୍ରାୟ ୨ ଲକ୍ଷ ୩୬ ହଜାର ନବଜାତକଙ୍କର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.