ରାଞ୍ଚି ୧୬।୧୨: ସୋମବାର ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୧୫ଟି ବିଧାସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । କଡା ସୁରକ୍ଷାବଳୟ ମଧ୍ୟର ମତଦାନ ଜାରି ରହିଛି ।
wp:core-embed/twitter {"url":"https://twitter.com/ANI/status/1206387245625724928","type":"rich","providerNameSlug":"twitter","className":""}ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାସକ ବିଜେପି ପାଇଁ ବଡ ଚ୍ୟାଲେଜ୍ ହୋଇଛି । ବୋକାରୋ , ଚନ୍ଦନକିଆରୀ, ଝାରିଆ , ବାଗମରା ଭଳି ପ୍ରମୁଖ ବିଧାନ ସଭା ମଣ୍ଡଳୀ ପାଇଁ ଆରମ୍ଭ ହୋଇଯାଇଛି ଭୋଟ୍ ଗ୍ରହଣ । ଭୋଟ ଗ୍ରହଣକୁ ନଜରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ମୋଟ ୧୫ଟି ସିଟ୍ ରୁ ୧୦ଟିରେ ବିଜୟ ହାସଲ କରିଥିଲା । ତେଣୁ ଏହି ପର୍ଯ୍ୟାୟ ନିର୍ବାଚନ ଶାସକ ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ ମନେକରାଯାଉଛି । ସପେଟ ବିରୋଧ କଂଗ୍ରେସ ଓ ଅନ୍ୟଦଳମାନେ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରସୋରରେ ପ୍ରଚାର କରିଥିଲେ । ଚତୁର୍ଥ ପର୍ଯ୍ୟାୟ ମତଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଗଣତନ୍ତ୍ରର ଏହି ପର୍ବରେ ସାମିଲ ହୋଇ ନିଜ ନିଜର ଭୋଟ ଦିଅନ୍ତୁ ବୋଲି ଲେଖିଛନ୍ତି ।
wp:core-embed/twitter {"url":"https://twitter.com/narendramodi/status/1206386258831785984","type":"rich","providerNameSlug":"twitter","className":""}