ପୋଲିଂ ପାର୍ଟି କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ, ବସରୁ ଓହ୍ଲାଇ ବୁଥ୍‌କୁ ଯିବା ବେଳେ ଧକ୍କା ଦେଲା ବାଇକ୍

Published By : Prameya-News7 Bureau | May 11, 2024 IST

ଉମରକୋଟ: ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ । ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬କୁ ନିର୍ବାଚନ ପାଇଁ ଆସିଥିଲେ । ମୃତ ପୋଲିଂ ଜଣକ ହେଲେ ଅଲେଖ ରନ୍ଧାରି ।

ମୃତ ଅଲେଖ ରନ୍ଧାରି ବସରୁ ଓହ୍ଲାଇ ବୁଥକୁ ଯିବା ସମୟରେ ପଛପଟୁ ବାଇକ୍ ଧକା ଦେଇଛି । ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଅଲେଖଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଲେଖଙ୍କ ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କକୁଡ଼ି ସେମଳା ଗ୍ରାମରେ ବୋଲି ଜଣାପଡ଼ିଛି । ସେ ସେହି ଗାଁର ବିଦ୍ୟାଳୟରେ ପିଅନ ଭାବରେ କାମ କରୁଥିଲେ । ଆଜି ସେ ସରକାରୀ ଉନ୍ନତ ଉଚ୍ଚ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଉମରକୋଟକୁ ନିର୍ବାଚନ କାମରେ ଆସିଥିଲେ ।

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.