ଆସନ୍ତା ୧୩ରେ ନବରଙ୍ଗପୁରରେ ଫାଷ୍ଟ ଫେଜ୍ ଭୋଟ୍, ବୁଥ୍ ମୁହାଁ ପୋଲିଂ ପାର୍ଟି

Published By : Prameya-News7 Bureau | May 11, 2024 IST

ନବରଙ୍ଗପୁର ୧୧/୫: ଦିନକ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବୁଥ ଅଭିମୁଖେ ବାହାରିଲେଣି ପୋଲିଂ ଅଧିକାରୀ । ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବାବେଳେ ଝରିଗାଁ ଓ ଉମରକୋଟ୍ ଯାଉଛନ୍ତି ପୋଲିଂ ପାର୍ଟି । ପୋଲିଂ କର୍ମଚାରୀଙ୍କୁ ସେମାନଙ୍କ ବୁଥକୁ ପଠାଇବାକୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଉମରକୋଟ ନିର୍ବାଚନ ମଣ୍ଡଳୀର ୨୨୧ ବୁଥ ଓ ଝରିଗାଁ ନିର୍ବାଚନ ମଣ୍ଡଳୀର ୨୫୫ ବୁଥ ପାଇଁ ବାହାରିଛନ୍ତି ପୋଲିଙ୍ଗ ପାର୍ଟି। କଡା ସୁରକ୍ଷା ଭିତରେ ଯାଉଛି ଇଭିଏମ ।

ଉମରକୋଟରେ ୨୨ଟି ଓ ଝରିଗାଁରେ ୨୬ଟି ସମ୍ବେଦନଶୀଳ ବୁଥ ରହିଛି । ଏଥି ସହିତ ୨୮୫୬ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ୧୦ ପ୍ରତିଶତ ଅତିରିକ୍ତ ପୋଲିଂ କର୍ମଚାରୀ ମଧ୍ୟ ରିଜର୍ଭ ହୋଇ ରହିଛନ୍ତି। ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ପୋଲିଂ କର୍ମଚାରୀ ମାନେ ମଧ୍ୟ ବେଶ ଖୁସି ଥିବା କହିଛନ୍ତି । ସଖି ବୁଥ ପାଇଁ ନିୟୋଜିତ ହୋଇଥିବା ମହିଳା କର୍ମଚାରୀ ମାନେ ମଧ୍ୟ ଖୁସି ଜାହିର କରିଛନ୍ତି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସାରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.