ଯାଜପୁର ୩୧/୫: ଭୋଟ୍ ପୂର୍ବରୁ ଅସୁସ୍ଥ ପୁଲିଂ କର୍ମଚାରୀ । ପ୍ରବଳ ଗରମ ସହିନପାରି ସେନ୍ସଲେସ ହୋଇଗଲେ । ଯାଜପୁରରୁ ଆସିଛି ଖବର । ଆମ୍ବୁଲାନ୍ସ ନମିଳିବାରୁ ଅନ୍ୟଗାଡିରେ ମେଡିକାଲକୁ ନେଇଛନ୍ତି ସହଯୋଗୀ । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । ସେଥିପାଇଁ ପୁଲିଂ ପାର୍ଟି ବୁଥ ଅଭିମୁଖେ ବାହାରିଥିଲେ ।
ତେବେ ବାଟରେ ଗରମ ଗୁଳୁଗୁଳି ଯୋଗୁ ଅସୁସ୍ଥ ହୋଇପଡିଥିଲେ ଜଣେ କର୍ମଚାରୀ। ତାଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ମିଳିଲାନି ବାଧ୍ୟ ହୋଇ ରାସ୍ତାରେ ଯାଉଥିବା ଗାଡିର ସାହାର୍ଯ୍ୟ ମାଗି ହସ୍ପିଟାଲେ ନେଇଥିଲେ ସାଥୀ କର୍ମଚାରୀ । ଯାଜପୁରରେ ୧୨ ହଜାର କର୍ମଚାରୀଙ୍କ ପାଇଁ ମାତ୍ର ୨ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି ।
You Can Read:
ସୁନ୍ଦରଗଡରେ ଅସ୍ବାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରିବ ସ୍ବତନ୍ତ୍ର ଟିମ୍ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ