ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପିପିଲି ଉପନିର୍ବାଚନ : ଭୋଟିଂ ବେଳେ ପୋଲିଂ ଅଫିସର୍ ଅସୁସ୍ଥ, ଡେଲାଙ୍ଗ ମେଡିକାଲରେ ଭର୍ତ୍ତି

30/09/2021 at 10:57 AM

ନିମାପଡା ୩୦।୯: ପିପିଲି ଉପନିର୍ବାଚନ ଭୋଟିଂ ଜାରି ରହିଛି । ଏହି ସମୟରେ ଘୋରଡିଆ ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ମତଦାନ କେନ୍ଦ୍ରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆସି ତାଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡେଲାଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରକ୍ତଚାପ କମିଯିବାରୁ ସେ ଅସୁସ୍ଥ ହୋଇଥିବା ଜଣାପଡିଛି ।

ଭୋଟ୍ ଗ୍ରହଣ ସମୟରେ ପୋଲିଂ ଅଫିସର ଜଣଙ୍କ ବସିଥିବା ଅବସ୍ଥାରେ ଖିସପଡିଥିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ବାନ୍ତି ମଧ୍ୟ ହୋଇଥିବା ଜଣାପଡିଛି ।

ପୋଲିଂ ଅଫିସରଙ୍କ ଅସୁସ୍ଥତା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇନାହିଁ । ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ଅନ୍ୟ ପୋଲିଂ ଅଫିସରମାନେ ଭୋଟ୍ ଗ୍ରହଣ ଜାରି ରଖିଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ସକାଳ ୭ଟାରୁ ବିଭିନ୍ନ ବୁଥ୍ ରେ ଭୋଟର ମତଦାନ କରୁଛନ୍ତି । ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତସାବ୍ୟସ୍ତ କରିବେ । ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି । ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ସକାଳ ୯ଟା ସୁଦ୍ଧା ୭.୮୦ ପ୍ରତିଶତ ମତଦାନ ହୋଇଛି ।

   Related Posts