scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଖରୀରୁ ମିଳିଲା ଛଅ ବର୍ଷ ଶିଶୁର ମୃତ ଦେହ,ଭାଇ ସହ ଖେଳିବାକୁ ଯାଇ ଫେରିନଥିଲା ଘରକୁ

18/10/2022 at 2:17 PM

ଭୁବନ ୧୮/୧୦: ସୋମବାର ଅପରାହ୍ନ ଚାରିଟା ସମୟରେ ବଡ ଭାଇ ସହ ଖେଳିବାକୁ ଯାଇ ଘରକୁ ଫେରି ନଥିଲା ଛଅ ବର୍ଷର ଶିଶୁ ପୁତ୍ର । ବହୁ ଖୋଜାଖୋଜି ପରେ ଫାଣ୍ଡି ପଛପଟ ପୋଖରୀରୁ ମିଳିଲା ମୃତଦେହ । ମୃତ୍ୟୁର କାରଣ ଖୋଜୁଛି ସୁରପ୍ରତାପପୁର ଫାଣ୍ଡି ପୋଲିସ । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଟିପିଲେଇ ଗ୍ରାମରେ ।

ଗ୍ରାମର ରମାକାନ୍ତ ନାୟକଙ୍କ ସାନ ପୁଅ ଋଷି ନାୟକ ୬ ବର୍ଷର ପୁଅ ଗତକାଲି ନିଜର ଜନ୍ମଦିନ ପାଳନ କରିଥିଲା । ନୂଆ ଜାମା ପ୍ୟାଣ୍ଟ ପିନ୍ଧି ଅପରାହ୍ନ ଚାରିଟା ସମୟରେ ବଡ ଭାଇ ସହିତ ଖେଳିବାକୁ ଘରୁ ବାହାରିଥିଲା । ତେବେ ଖେଳ ସାରି ବଡ ଭାଇ ଘରକୁ ଫେରିଥିଲା ବେଳେ କିନ୍ତୁ ରିଷି ଘରକୁ ଫେରିନଥିଲା ।

ପରିବାର ଲୋକେ ବହୁ ଖୋଜାଖୋଜି ପରେ ନିକଟସ୍ଥ ଫାଣ୍ଡି ପଛପଟ ପୋଖରୀରୁ ମିଳିଥିଲା ଋିଷିର ମୃତଦେହ । ତେବେ ପରିବାର ଲୋକେ ଋଷିକୁ ପୋଖରୀରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଭୁବନ ଡାକ୍ତର ଋଷିକୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ସୁରପ୍ରତାପପୁର ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ଦାୟର କରିଥିଲେ ।

ଭୁବନ ମେଡିକାଲରେ ସୁରପ୍ରତାପପୁର ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ତେବେ ଋଷିର ମୃତଦେହ ଫାଣ୍ଡି ପଛପଟ ପୋଖରୀରୁ କିପରି ମିଳିଲା ତାର କାରଣ ଖୋଜୁଛି ପୋଲିସ । ରିଷିର ମୃତ୍ୟୁ ପାଇଁ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।

   Related Posts