ଚାଷୀ ଆନ୍ଦୋଳନ ସହ ଖଲିସ୍ତାନର ଯୋଗସୂତ୍ର ସନ୍ଦେହ, ଖଟ୍ଟର କହିଲେ ଏବେ କେବଳ ପ୍ରମାଣକୁ ଅପେକ୍ଷା

Published By : Prameya-News7 Bureau | November 28, 2020 IST

ଚଣ୍ଡିଗଡ଼ ୨୮।୧୧: ରାଜଧାନୀ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପଛରେ ଖାଲିସ୍ତାନ ଯୋଗସୂତ୍ରର ସୂଚନା ମିଳିଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଶନିବାର ଦେଇଥିବା ବୟାନରୁ ଏବେ ଏହି ସନ୍ଦେହ କରାଯାଉଛି। ଖଟ୍ଟର କହିଛନ୍ତି ଯେ ଆମକୁ ଏମିତି କିଛି ସୂଚନା ମିଳିଛି ଯାହା ଏବେ କହିବା ଉଚିତ ନୁହେଁ। ତେବେ ଉପଯୁକ୍ତ ପ୍ରମାଣକୁ ଅପେକ୍ଷା କରାଯାଇଛି। 

wp:html /wp:html

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ ଗୁରୁବାର ‘ଦିଲ୍ଲୀ ଚଲ୍ଲୋ’ ଅଭିଯାନ ଆରମ୍ଭ କରିଥିଲେ। ଯାହାକୁ ଏବେ ବିଭିନ୍ନ ରାଜ୍ୟର ଚାଷୀଙ୍କ ସମର୍ଥନ ମିଳିଛି। ତେବେ ଆନ୍ଦୋଳନକାରୀ ଚାଷୀଙ୍କ ସହ ଖଲିସ୍ତାନୀ ସମର୍ଥକ ମଧ୍ୟ ସାମିଲ ହୋଇଥିବାର ସୂଚନା ମିଳୁଛି। ଯେଉଁମାନେ ସେମାନଙ୍କ ଘୃଣ୍ୟ ଉଦ୍ଦେଶ୍ୟ ପୂର୍ତ୍ତି କରିବାକୁ ନିଜକୁ ଆନ୍ଦୋଳନ ସହ ସାମିଲ କରିଛନ୍ତି। ଏ ନେଇ କେତେକ ଅଡିଓ ଏବଂ ଭିଡିଓ ଗୁଇନ୍ଦା ଯୋଗାଡ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। 

wp:html /wp:html

ଅଡିଓ ଏବଂ ଭିଡିଓରେ ‘ଆମେ ଇନ୍ଦିରା ଗାନ୍ଧିଙ୍କୁ ୟେ କରିପାରିଥିବା ବେଳେ ମୋଦିଙ୍କୁ କାହିଁ କରି ନପାରିବୁ ବୋଲି’ ସ୍ଲୋଗାନ ଦେଉଥିବା ଦେଖା ଓ ଶୁଣା ଯାଉଛି। ଏଥିରୁ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଖାଲିସ୍ତାନୀ ସମର୍ଥକ ଥିବାର ସନ୍ଦେହ କରାଯାଉଛି।  ଏହି ଅଡିଓ ଏବଂ ଭିଡିଓର ଏଭେ ଯାଞ୍ଚ ହେଉଥିବା ବେଳେ ଏହାର ଗୁଇନ୍ଦା ଅନୁସନ୍ଧାନ  କରାଯାଉଛି। ଠୋସ ପ୍ରମାଣ ମିଳିବା ମାତ୍ରେ ଚାଷୀ ଆନ୍ଦୋଳନର ବାସ୍ତବତା ଖୁବ୍ ଶୀଘ୍ର ସାମ୍ନାକୁ ଆସିଯିବ ବୋଲି ଖଟ୍ଟର କହିଛନ୍ତି।

{"id":369086,"width":580,"height":408,"sizeSlug":"large"}

ସେପଟେ ପଞ୍ଜାବ ଓ ହରିୟାଣାରୁ ଦିଲ୍ଲୀକୁ ଆସୁଥିବା ଚାଷୀଙ୍କୁ ପୋଲିସ ଏବେବି ଦିଲ୍ଲୀ ସୀମାରେ ଅଟକାଇ ରଖିଛି। ଟିକିରୀ ସୀମାରେ ଟ୍ରାଫିକ ସଞ୍ଚାଳନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବା ବେଳେ ସିଂଘୁ ବର୍ଡର ଏବେବି ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ଏବେ ପଞ୍ଜାବ ଓ ହରିୟାଣା ପଟରୁ ଆସୁଥିବା ଚାଷୀ ସିଂଘୁ ବର୍ଡରରେ ହିଁ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବ ଜଣାପଡିଛି। ଏଣୁ ଦିଲ୍ଲୀ ପେୋଲିସ ଟ୍ରାଫିକ ଡାଇଭର୍ସନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.