scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

PM-USHA କୁ ନେଇ ତେଜିଲା ରାଜନୀତି, ବିଜେପିର ସମାଲୋଚନାକୁ ବିଜେଡିର ଦୃଢ ଜବାବ

7/12/2023 at 7:36 PM

ଭୁବନେଶ୍ଵର: ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ପିଏମ-ଉଷା ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦ୍ବିତୀୟ ଥର ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଯାହାର ଜବାବରେ ବିଜେଡି କହିଛି ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ଶିକ୍ଷାର ହବ୍ ପାଲଟିଛି । କେନ୍ଦ୍ରୀୟ ଯୋଜନାକୁ ସୁନ୍ଦରଭାବେ କାର୍ଯ୍ୟକାରୀ କରୁଥିବାରୁ କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶାକୁ ପୁରସ୍କୃତ କରୁଛନ୍ତି । ରାଜ୍ୟ ବିଜେପି ନେତୃତ୍ବ କିନ୍ତୁ ଏହାକୁ ସହି ପାରୁନାହାନ୍ତି।

Also read- NCRB ରିପୋର୍ଟକୁ ରାଜ୍ୟ ରାଜନୀତି ଜୋର, ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ

PM-USHA କୁ ନେଇ ତେଜିଲା ରାଜନୀତି । ବିଜେପି-ବିଜେଡି ମୁହାଁମୁହିଁ । ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ପିଏମ-ଉଷା ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦ୍ବିତୀୟ ଥର ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ   । ପୂର୍ବରୁ ଏହି ଯୋଜନାର ଶୁଭାରମ୍ଭ କରିବାକୁ ଗତ ଜୁନ୍ ୧୫ରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଏହା ପରେ ବି ପିଏମ-ଉଷାର ନୂଆ ପର୍ଯ୍ୟାୟରେ ଓଡ଼ିଶା ଏପର୍ଯ୍ୟନ୍ତ MOU ସ୍ବାକ୍ଷର କରିନାହିଁ । ତେଣୁ ପିଏମ-ଉଷା ଯୋଜନାର ଲାଭ ନେବାରୁ ଓଡ଼ିଶା ଯେଭଳି ବଞ୍ଚିତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପିଏମ=ଉଷା ଯୋଜନା କାର୍ଯ୍ୟକାରୀ ହେଲେ  ରାଜ୍ୟର ଦୁର୍ଗମ, ଜନଜାତି, ଅଧ୍ୟୁଷିତ, ମାଓ ପ୍ରଭାବିତ ଅଂଚଳରେ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି ହେବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ତେଣୁ ଓଡ଼ିଶାରେ ପିଏମ-ଉଷା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଚିଠିକୁ ଆଧାର କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ରାଜ୍ୟ ବିଜେପି । ଦଳ କହିଛି କାଳେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଲୋକପ୍ରିୟତା ଆହୁରି ବଢ଼ିଯିବ ସେଥିପାଇଁ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ।

ସେପଟେ ରାଜ୍ୟ ବିଜେପିର ଏଭଳି ଅଭିଯୋଗର ଜବାବ୍ ରଖି ବିଜେଡି କହିଛି ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର 5T ରୂପାନ୍ତରଣରେ ସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ କରିଛନ୍ତି । ଏଥି ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶକୁ ମଧ୍ୟ ଗୁରୁତ୍ବ  ଦେଇଛନ୍ତି । ଆଜି ଓଡ଼ିଶା ଶିକ୍ଷାର ହବ୍ ପାଲଟିଛି । କେନ୍ଦ୍ରୀୟ ଯୋଜନାକୁ ସୁନ୍ଦରଭାବେ କାର୍ଯ୍ୟକାରୀ କରାଯାଉଥିବାରୁ ବାରମ୍ବାର କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରୁଛନ୍ତି । ରାଜ୍ୟ ବିଜେପି ନେତୃତ୍ବ ବୋଧ ହୁଏ ଏହାକୁ ସହ୍ୟ କରିପାରୁନାହାନ୍ତି  ବୋଲି କହିଛନ୍ତି ବିଜେଡି ନେତା ।

ନିର୍ବାଚନକୁ ନଜରରେ ରଖି ଯୋଜନା ରାଜନୀତି ଜୋର୍ ଧରିଥିବା ବେଳେ କେନ୍ଦ୍ରୀୟ ଯୋଜନା ବନାମ ରାଜ୍ୟର ଯୋଜନାକୁ ନେଇ ନେତା ମଧ୍ୟ ମୁହାଁମୁହିଁ ହେଉଛନ୍ତି । ହେଲେ କେନ୍ଦ୍ର ହେଉ କି ରାଜ୍ୟ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଁଚିବା ଦରକାର ଆଉ  ଲୋକଙ୍କୁ ଏସବୁ ଯୋଜନାରୁ ସୁଫଳ ମିଳିବା ଦରକାର।

   Related Posts