ରେଳ ବଜେଟ୍‌ରେ ଓଡ଼ିଶାର ଅନୁଦାନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

Published By : Prameya-News7 Bureau | February 11, 2020 IST

ଭୁବନେଶ୍ୱର ୧୧।୦୨ - ରେଳ ବଜେଟ୍‌ରେ ଓଡ଼ିଶାର ଅନୁଦାନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ। ଆଜି  ବିଧାନସଭା ଗୃହ କମିଟି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଆରମ୍ଭ ହୋଇଛି ରାଜନୀତି। ବିଧାନସଭାଗୃହ କମିଟିରେ ଥିବା ବିଜେଡି ସଭ୍ୟମାନେ ସତ୍ୟ ଓ ତଥ୍ୟ ଆଧାରରେ କେନ୍ଦ୍ର ମନ୍ତ୍ରୀଙ୍କ ଆଗରେ ଦାବି ଉପସ୍ଥାପନ କରନ୍ତୁ ବୋଲି ରାଜ୍ୟ ବିଜେପି ସମ୍ବାଦିକ ସମ୍ମିଳନୀ ଦାବି କରିଥିଲା । ଏହାସହ ୟୁପିଏ ସରକାର ଅମଳରେ ରାଜ୍ୟକୁ ରେଳବଜେଟ୍‌ରେ ଅନୁଦାନ ଓ ଏନ୍‌ଡିଏ ଶାସନ କାଳରେ ମିଳିଥିବା ଅନୁଦାନର ଚିଠା ରଖିଥିଲା ବିଜେପି । ଅନ୍ୟପଟେ ବିଜେଡି ବଜେଟ୍‌ରେ ରେଳ ପାଇଁ ଅନୁଦାନ କେତେ ମିଳିଛି ଓ କେତେ ଖର୍ଚ୍ଚ ହୋଇଛି ସେନେଇ କେନ୍ଦ୍ର ସରକାରଙ୍କୁ ହିସାବ ମାଗିଛି । ….

{"id":223412,"sizeSlug":"large"}

ବଜେଟରେ ଓଡ଼ିଶାକୁ ରେଳବାଇ ଅନୁଦାନ ନେଇ ବିଜେପି ବିଜେଡି ମୁହାଁମୁହିଁ । ବିଧାନସଭା ରେଳବାଇ ଗୃହକମିଟି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ବିଜେପି ଓ ବିଜେଡି ପରସ୍ପରକୁ ଆକ୍ଷେପ କରିଛନ୍ତି । ସତ୍ୟ ଓ ତଥ୍ୟ ଆଧାରରେ ଗୃହ କମିଟିର ବିଜେଡି ସଭ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଦାବି ରଖନ୍ତୁ ବୋଲି ବିଜେପି ଦାବି କରିଛି। ଏହା ସହ ୟୁପିଏର ୧୦ ବର୍ଷ ଓ ମୋଦି ସରକାରଙ୍କ ୬ ବର୍ଷ ରେଳ ଅନୁଦାନର ଚିଠା ଉପସ୍ଥାପନ କରିଛି ଦଳ। ବିଜେପି କହିଛି ୧୦ ବର୍ଷର ୟୁପିଏ ସରକାରରେ ଓଡ଼ିଶାକୁ ରେଳବେଜଟ୍‌ରେ ମିଳିଥିଲା ୪ ହଜାର ୨୩୨ କୋଟି ଟଙ୍କା।  ହେଲେ ୬ ବର୍ଷରେ ମୋଦି ସରକାର ଦେଇଛନ୍ତି ୨୯ ହଜାର ୧୧୨ କୋଟି । ସ୍ଥାନୀୟ ପ୍ରଶାସନର ଅସହଯୋଗ, ଜମି ଅଧଗ୍ରହଣ ନହେବା , ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ରାଜ୍ୟରେ ୧୪ଟି ରେଳ ପ୍ରକଳ୍ପ ଅଟକିଛି। ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଚିଠି ଲେଖି ଜଣାଇଥିଲେ ବି ରାଜ୍ୟ ସରକାର କୌଣସି ଉତ୍ତର ଦେଉନାହାନ୍ତି।

{"id":223413,"sizeSlug":"large"}

ଅନ୍ୟପକ୍ଷରେ ଜନମତକୁ ବିଭ୍ରାନ୍ତ କରିବାକୁ ବିଜେପି ଏପରି କହୁଥିବା ଅଭିଯୋଗ କରିଛି ବିଜେଡି । ୨୦୧୧ ରୁ ୨୦୨୦ ଭିତରେ ରେଳ ଵଜେଟ ବଢିଛି। ୧୦ ବର୍ଷରେ ଗୋଟିଏ ବି ପ୍ରକଳ୍ପ ସରି ନାହିଁ । ତେଣୁ ଅର୍ଥ କେଉଁଠି ଖର୍ଚ୍ଚ ହେଉଛି ବୋଲି ବିଜେଡି ହିସାବ ମାଗିଛି ?  ଏଥିପାଇଁ ବିଜେପି ଓ ରେଳବିଭାଗକୁ ବିତର୍କକୁ ଡାକିଛି ବିଜେଡି । SPV Project ରେ ଗତ ୪ ବର୍ଷ ହେବ ରାଜ୍ୟ ସରକାର ଅର୍ଥ ଦେଉଥିଲେ ମଧ୍ୟ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳୁନି ବୋଲି ବିଜେଡି ଅଭିଯୋଗ କରିଛି ।ସେପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ପହଞ୍ଚିଥିବା ରେଳବାଇ ଗୃହ କମିଟି ରେଳମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ପ୍ରତିକ୍ରିୟା ରଖିଛି । ବାଚସ୍ପତି କହିଛନ୍ତି ରେଳ ବଜେଟରେ ଓଡିଶାକୁ ଅଣ ଦେଖା କରାଯାଇଛି ।

{"id":223414,"sizeSlug":"large"}

ପରସ୍ପର ଆରୋପ ପ୍ରତ୍ୟାରୋପ ଭିତରେ ରାଜ୍ୟ ରେଳ ବିକାଶର ଅସଲି ମୁଦ୍ଦାକୁ ଭୁଲି ଯାଉଛନ୍ତି ଦୁଇଦଳ । ଏହା ଉପରେ ଫୋକସ୍ କରିବାକୁ ଦାବି ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.