Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଓ୍ଵାର କଟ୍‌କୁ ନେଇ ତେଜିଲା ରାଜନୀତି, ଶକ୍ତି ବିଭାଗକୁ ମୁଖ୍ୟ ସଚିବଙ୍କ କଡ଼ା ନିର୍ଦ୍ଦେଶ

9/06/2023 at 10:11 PM

ଭୁବନେଶ୍ଵର: କାଳ ବୈଶାଖୀ ପାଇଁ ଗତକାଲି ଅଧା ଭୁବନେଶ୍ବର ଅନ୍ଧାର ରହିଥିବା ବେଳେ ରାଜ୍ୟର ବିଭିନ୍ନ ଭାଗରୁ ପାୱାର କଟ ନେଇ ଅଭିଯୋଗ ମାନ ଆସୁଛି। ଏହାକୁ ନେଇ ମୁଖ୍ୟ ଶାସନ ସଚିବ କ୍ଷୋଭ ପ୍ରକାଶ କରିବା ସହ ଶକ୍ତି ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାୱାର କଟକୁ ନେଇ ଏବେ ରାଜ୍ୟ ରାଜନୀତି ଜୋର ଧରିଛି। ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଏହାର ସ୍ପଷ୍ଟୀକରଣ ଦେଇଛି ଟାଟା ପାୱାର।

ଯଦି କାଳ ବୈଶାଖୀରେ ଏମିତି ହେଉଛି ବାତ୍ୟା ହେଲେ କଣ କରିବ? ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶକ୍ତି ବିଭାଗକୁ ଏଭଳି କିଛି କଡ଼ା ଭାଷାରେ ତାଗିଦ କରିଛନ୍ତି। ଗତକାଲି କାଳବୈଶାଖୀ ପରେ ଅଧା ଭୁବନେଶ୍ବର ଅନ୍ଧାର। ତେବେ ଏନେଇ ଲୋକ ଅସନ୍ତୋଷ ତେଜିବାରୁ ଆରମ୍ଭ ହୋଇଥିଲା ତନାଘନା ବୈଠକ । କେବଳ ଭୁବନେଶ୍ବର କାହିଁକି ଗତ କିଛି ଦିନ ଭିତରେ ପାୱାରକଟକୁ ନେଇ ରାଜ୍ୟର ବିଭିନ୍ନ ଭାଗରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଆଉ ଗତକାଲି ରାଜଧାନୀରେ ଦୀର୍ଘ ସମୟ ପାୱାରକଟ ସୃଷ୍ଟି କରିଥିଲା ତୀବ୍ର ପ୍ରତିକ୍ରିୟା। ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ଟ୍ବିଟ କରି  କ୍ଷୋଭ ପ୍ରକାଶ କରିଥିଲେ ମନ୍ଥର କାର୍ଯ୍ୟକୁ ନେଇ ତାଗିଦ କରିଥିଲେ।

ଗାଁରେ ବିଦ୍ୟୁତ କାଟ ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । ଗତକାଲି ରାଜଧାନୀ ଅନ୍ଧାର ହେବା ପରେ ମୁଖ୍ୟଶାସନ ସଚିବ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି।  ଏହା ଶକ୍ତି ଯୋଗାଣକାରୀ କମ୍ପାନି ପାଇଁ ସକ ଲଗାଇଛି ନିଶ୍ଚୟ ।

ତେବେ ପାୱାର କଟକୁ ନେଇ ରାଜ୍ୟ ରାଜନୀତିରେ ଯେମିତି ଏବେ ୪୪୦ ଭୋଲଟ ଲାଗିଛି। ଯେତେଭେଳେ ଖୋଦ୍ ମୁଶ୍ୟ ଶାସନ ସଚିବ ବିଜୁଳି ବିତରକ କମ୍ପାନୀର କାର୍ଯ୍ୟ ଉପରେ ଅସନ୍ତୋଷ ସେତେବେଳେ ସାରା ଓଡିଶାକୁ ବିଜୁଳି ବିତରଣ କରୁଥିବା ଟାଟା ପାୱାରର ମନମାନି କିଭଳି ଏଭଳି କିଛି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେପି ଅଭିଯୋଗ କରିଛି, ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି  ଭୁତଳ କେଵଲିଂର ଯୋଜନା କରିଥିଲେ। ହେଲେ ସାଧାର ଝଡ଼ ବର୍ଷାରେ ଗାଁରୁ ରାଜଧାନୀ ଅନ୍ଧାର ରହୁଛି।  କଂଗ୍ରେସ କହିଛି,  ଟାଟା ପାୱାର କମ୍ପାନୀ ଉପରେ ରାଜ୍ୟ ବିଦ୍ୟୁତ ବିଭାଗର ଅଙ୍କୁଶ ନାହିଁ।

କାଳବୈଶାଖୀ ପରେ ୪ ରୁ ୫ ଘଣ୍ଟା ଯାଏ ଅନେକ ଅଞ୍ଚଳକୁ ବିଜୁଳି ସଂଯୋଗ କରାଯାଇପାଲିଲା ନାହିଁ । ଗରମ ଗୁଳୁଗୁଳିରେ ସିଝିଥିଲେ ରାଜଧାନୀ ବାସୀ । ଲୋକମାନେ ନିଜ ଅଞ୍ଚଳର ଇଲେକ୍ଟ୍ରି ଅଫିସକୁ ଘନଘନ ଫୋନ୍ କରିଥିଲେ । କିଛି ଲୋକ ବଡବଡିଆଙ୍କୁ ବି ଫୋନ ଲଗାଇଥିଲେ ।  ଏସବୁ ପରେ ବି ଟାଟା ପାୱାରର ପ୍ରତିକ୍ରିୟା ସାମ୍ନାକୁ ଆସିନଥିଲା । ଆଜି କିନ୍ତୁ ମୁହଁ ଖୋଲିଛି ଟାଟା ପାୱାର ।  ଟାଟା ପାୱାର ସିଇଓ ଅରବିନ୍ଦ ସିଂ କହିଛନ୍ତି କାଲିର କାଳବୈଶାଖୀ ଗତ ୧୫ ବର୍ଷରେ ପ୍ରଥମ । ଯେହେତୁ ଅଧିକ ଡ୍ୟାମେଜ ହୋଇଥିଲା ସେଥିପାଇଁ ରିଷ୍ଟୋରେସନ ବିଳମ୍ବ ହୋଇଥିଲା ।

ସେପଟେ ବିଦ୍ୟୁତ ଯୋଗାଣ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ ଏହାର ତାପଜ ବିଦ୍ୟୁତ କେନ୍ଦ୍ରରୁ ରାଜ୍ୟ ପାଇଁ ବାର୍ଷିକ ୬୧୨ ମେଗା ୱାଟ ବିଦ୍ୟୁତ ପ୍ରଦାନ କରିବ। ଓଇଆରସିର ସଦ୍ୟ ନିଷ୍ପତ୍ତି କ୍ରମେ ବେଦାନ୍ତ ଏହି ବିଜୁଳି ଯୋଗାଇବ। 

ଏ ଖବର ପଢନ୍ତୁ- ରାଜ୍ୟରେ ଅଘୋଷିତ ବିଜୁଳି କାଟ ହେଉନି: ଶକ୍ତିମନ୍ତ୍ରୀ ପ୍ରତାପ ଦେବ

   Related Posts