ରାଜ୍ୟରେ ଶାସନକୁ ଆସିଲେ କୃଷି ରଣ ଛାଡ ହେବ ବୋଲି କଂଗ୍ରେସ ଓ ବିଜେପି ଘୋଷଣା : ଜାଣନ୍ତୁ କଣ କହିଲା ବିଜେଡି

Published By : Prameya-News7 Bureau | December 18, 2018 IST

ଭୁବନେଶ୍ବର୧୮|୧୨: ରାଜନୀତିରେ ଚାଷୀ ଓ ଚାଷ ଏବେ ମୁଖ୍ୟ ପ୍ରସଙ୍ଗ । ତିନି ରାଜ୍ୟର ସେମି ଫାଇନାଲରେ ସଫଳ ହେବା ପରେ କଂଗ୍ରେସ ଚାଷୀଋଣ ଛାଡକୁ ମୁଖ୍ୟ ପ୍ରସଙ୍ଗ କରିଛି । ଶାସନକୁ ଆସିଲେ କଂଗ୍ରେସ ସାରା ଦେଶରେ କୃଷିଋଣ ଛାଡ କରିବ ବୋଲି ଘୋଷଣା କରିଛନ୍ତି ରାହୁଲ ଗାନ୍ଧି । ଏପଟେ ଆଞ୍ଚଳିକ ଦଳମାନେ ବି ସେହି ରାସ୍ତାରେ ଯାଉଛନ୍ତି । ରାଜ୍ୟରେ ଚାଷ, ଚାଷୀ ଓ କୃଷି ରଣ ଛାଡକୁ ନେଇ ବି ଯୋର ଧରିଛି ରାଜନୀତି । ଶାସନକୁ ଆସିଲେ କୃଷି ରଣ ଛାଡ କରାଯିବ ବୋଲି ଉଭୟ କଂଗ୍ରେସ  ଓ ବିଜେପି  ଘୋଷଣା କଲେଣି ।......

୧୯ ନିର୍ବାଚନର ମୁଖ୍ୟ ମୁଦ୍ଦା ହେବାକୁ ଯାଉଛନ୍ତି ଚାଷୀ। କୃଷି ଋଣ ଛାଡ ହିଁ ରାଜନୀତିର କେନ୍ଦ୍ର ବିନ୍ଦୁ ହେବାକୁ ଯାଉଛି। ଚାଷୀଙ୍କ ଭୋଟ ହାତେଇବାକୁ ସବୁ ରାଜନୈତିକ ଦଳ କୃଷି ଋଣ ଛାଡ଼ ସପକ୍ଷରେ ଯୁକ୍ତି ବାଢିଲେଣି। ତିନି ରାଜ୍ୟରେ ଏହି ଫର୍ମୁଲାରେ ପାସ କରିବା ପରେ ସାରା ଦେଶରେ ଋଣ ଛାଡ ନେଇ ଗ୍ୟାରେଣ୍ଟି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସତେ ଯେମିତି ସେ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ହିଁ କେବଳ କୃଷି ଋଣ ଛାଡ଼ କରିପାରିବ। କେନ୍ଦ୍ର ସରକାର ବି ଏହି କୃଷିଋଣ ଛାଡ଼ କରିବା ଚାପରେ।

ରାଜ୍ୟ ରାଜନୀତି ବି ଉଠୁଛି ପଡୁଛି । ରାହୁଲଙ୍କ ଠାରୁ ଜୋର ପାଇ କଂଗ୍ରେସ ବି ରାଜ୍ୟରେ ଶାସନକୁ ଆସିଲେ କୃଷି ରଣ ଛାଡ କରିବ ବୋଲି ଘୋଷଣା କରିଛି । ବିଜେଡି ଏମଏସପି ଦାବିରେ ଆଠ ତାରିଖରେ ସଂସଦ ଘେରାଉ କରିବାକୁ ଡାକରା ଦେଇଛି । ସେପଟେ ଅଭାବୀ ଧାନ ବିକ୍ରି, ଧାନ ମଣ୍ଡିରେ ଅବ୍ୟବସ୍ଥା , ଏମସିପି ଠିକ ଭାବେ ଚାଷୀ ନ ପାଇବା ଆଦିକୁ ପ୍ରସଙ୍ଗ କରି ୭ ତାରିଖ ଯାଏ ରାଜ୍ୟର ୪ ହଜାର ୩ ଶହ ୮୧ ମଣ୍ଡିରେ ବି କ୍ଷୋଭ ଓ ପ୍ରତିବାଦ କରିବ ବିଜେପି । ଏହା ସହ  ୮ ତାରିଖରେ ନବୀନ ନିବାସ ଓ ସଚିବାଳୟ ଘେରାଉ କରିବ ବିଜେପି। ଏହାର ଜବାବରେ ବିଜେଡି କହିଛି ରାଜ୍ୟ ସରକାର କୃଷି ଋଣ ଛାଡ କରିବାକୁ ଚିନ୍ତା କରି ପକ୍ରିୟା ଆରମ୍ଭ କରିଛନ୍ତି ।

ଏନଡିଏ କ୍ଷମତାରେ ଥିବା ବେଳେ ୨୦୦୪ରେ ଚାଷୀ ଓ ଚାଷ କଥା କହି ରଣ ଛାଡ ପ୍ରତିଶୃତି ଦେଇ ଶାସନକୁ ଆସିଥିଲା କଂଗ୍ରେସ ନେତୃତ୍ବରେ ୟୁପିଏ ସରକାର । ପରେ ପୁଣି ୨୦୦୯ରେ କୃଷିଋଣ ଛାଡ଼ କରି କ୍ଷମତାକୁ ଫେରିଥିଲେ ମନମୋହନ ସିଂହ। ତେଣୁ କୃଷି ଋଣ ଏବେ  ରାଜନୀତିର ମୁଖ୍ୟ ପ୍ରସଙ୍ଗ ହୋଇଛି ।

ଋଣ ଛାଡ ରେସରେ ସବୁ ଦଳ । କଂଗ୍ରେସ ପରେ ଏବେ ରାଜ୍ୟ ବିଜେପି ବି ଚାଷୀଙ୍କୁ ଋଣଛାଡ ନେଇ ପ୍ରତିଶ୍ରୁତି ଦେଇଛି । ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରାଯିବ ବେ।ଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା । ସେପଟେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦେ।ଳନକୁ ଓହ୍ଲାଇଛି ବିଜେପି । ଆଜିଠୁ ଦଳ ଆରମ୍ଭ କରିଛି ମଣ୍ଡିଚାଲ ଅଭିଯାନ ।  ରାଜ୍ୟର ୪ହଜାରରୁ ଅଧିକ ମଣ୍ଡି ଆଗରେ ବିକ୍ଷେ।ଭ କରୁଛି ବିଜେପି କିଶାନ ମେ।ର୍ଚ୍ଚା  । ସେପଟେ କୃଷି ଋଣ ଛାଡ,ଅଧିକ ଶୀତଳଭଣ୍ଡାର ପ୍ରତିଷ୍ଠା ଦାବିରେ ଜାନୁୟାରୀ ୮ରେ ସଚିବାଳୟ ଘେରାଉ କରିବ ଦଳ । ସେହିଦିନ ଚାଷୀଙ୍କ ପାଇଁ ବିଜେଡି ଦିଲ୍ଲୀରେ ଗର୍ଜନ କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ଶହ ୩୦ ଟଙ୍କା କରିବା ଏବଂ ସ୍ବାମୀନାଥନ କମିଶନଙ୍କ ସୁପାରିଶ ଲାଗୁ ଦାବିରେ ଦଳ ଉଭୟ ସଂସଦ  ଭିତରେ ଓ ବାହାରେ ପ୍ରତିବାଦ କରିବ । ଠିକ ସେହିଦିନ ବିଜେପି ଏପଟେ ରାଜ୍ୟ ସଚ୍ଚିବାଳୟ ଘେରୁଥିବାରୁ ଏହାକୁ ରାଜନୈତିକ ଅଭିସନ୍ଧି ବୋଲି ଅଭିଯୋଗ କରିଛି ବିଜେଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.