ଫୋନିକୁ ନେଇ ଜୋର ଧରିଲାଣି ରାଜନୀତ ; ସରକାରଙ୍କୁ ଘେରିଲେ ଉଭୟ କଂଗ୍ରେସ ଓ ବିଜେପି

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର ୧୦|୫: ଜୋର ଧରିଲାଣି ରାଜନୀତି। ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଜେପି। ବିଜ୍ଞାପନ ଓ ପବ୍ଲିସିଟିରେ ମାତିଥି​‌ଲେ ସରକାର । ବ୍ୟବସାୟିକ ମନବୃତ୍ତି ପାଇଁ କାମ ହୋଇପାରୁନି ବୋଲି ବିଜେପିର ବରିଷ୍ଠ ନେତା କହିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଅପାରଗ ଓ ସ୍ଥାଣୁତା ପାଇଁ ସାତ ଦିନ ବିତିଥିଲେ ବି ସ୍ବାଭବିକ ହୋଇପାରୁନି ସ୍ଥିତି।

କଣ ରିଲିଫ ଥଇଥାନ ପୁନଃରୁଦ୍ଧାର ଭିତରେ ବି ଚାଲିଛି ଲାଭଖୋର ମନୋବୃତ୍ତି । ଲୋକେ ଏସବୁକୁ ନେଇ ଅସନ୍ତୋଷ ଜାହିର କରୁଥିବା ବେଳେ ବିରୋଧୀ କିନ୍ତୁ ଏମିତି କିଛି ଗନ୍ଧ ବାରୁଛନ୍ତି । ସରକାରକୁ ଘେରିଲେ କଂଗ୍ରେସ ଓ ବିଜେପି। ଆଳିଆ ଉଠାଠାରୁ ଆରମ୍ଭ କରି ଗଛ କାଟିବା ପର୍ଯ୍ୟନ୍ତ ସବୁଠି ବ୍ୟବସାୟିକ ମନବୃତ୍ତି । ଯେଉଁଥିପାଇଁ ଉଚିତ୍ ନିଷ୍ପତ୍ତି ନିଆଯାଇପାରୁନି । ସବୁକାମରେ ଦେଖାଦେଉଛି ଅବ୍ୟବସ୍ଥା କିମ୍ବା ଆସୁଛି ହେରାଫେରିର ଦୁର୍ଗନ୍ଧ। ଶାସନ ବ୍ୟବସ୍ଥା ପୂରା ଅଚଳ ହୋଇଯାଇଛି ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ଏପଟେ କଂଗ୍ରେସ କହିଛି ଫୋନି ସରକାରଙ୍କ ମୁଖା ଖୋଲି ଦେଇଛି। ପବ୍ଲିସିଟି ଓ ବିଜ୍ଞାପନରେ  ମାତିଥିଲେ ସରାକର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ୧୯୯୯ ବାତ୍ୟା ପରେ ଭୁବନେଶ୍ବରରେ ତିନି ଦିନରେ ପାଣି ଓ ବିଜୁଳି ସ୍ବାଭାବିକ ହୋଇଥିଲା କିନ୍ତୁ ଏବେ ସ୍ଥାଣୁ ଓ ଅପାରଗତା ପାଇଁ ସାତଦିନ ହେଲାଣି କିନ୍ତୁ ଆନ୍ଧାର ଯାଉନି।

ଆଠ ଦିନ ଧରି ପାଣି ଓ ବିଜୁଳି ନଥିବାବେଳେ ଅନ୍ଧାରରେ ରାଜଧାନୀ। ଗରମ ଓ ଗୁଳୁଗୁଳିରେ ଷଢ଼ୁଛନ୍ତି ଲୋକେ। ରାସ୍ତା ସାରା କୁଢ଼ କୁଢ଼ ଆଳିଆ ଗଦା ହୋଇଛି। ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମାନିଛନ୍ତି ବିଦ୍ୟୁତ୍ ବିଭାଗରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଦ୍ୟୁତ୍ ସେବା ଯୋଗାଇବାରେ ବିଳମ୍ବ ହେଉଛି। କେୟାର ଟେକର ସରକାର ହିସାବରେ ବହୁତ କାମ ହୋଇଛି । କେବଳ ବିଜେଡି ନେତା ହିଁ ଏରିୟାରେ ଅଛନ୍ତି । ଆଉ କୌଣସି ଦଳୀୟ ନେତାଙ୍କ ଦେଖା ନାହିଁ ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର ।

ପୁରୀରୁ ରାଜଧାନୀକୁ ଦେଖିଲେ ବାରି ହୋଇପଡୁଛି ପ୍ରଶାସନ କେତେ ତତ୍ପର ଅଛି। କାରଣ ଏବେ ଅନେକ ସ୍ଥାନରେ ରିଲିଫ ପହଞ୍ଚିନି। ବଡଦାଣ୍ଡ ଏବଂ ରାଜଧାନୀ ଅନ୍ଧାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.