ଅଭିଜିତ ଆୟାର ଗିରଫ ପ୍ରସଂଗକୁ ନେଇ ଆରମ୍ଭ ହେଲା ରାଜନୀତି: ପ୍ରଶ୍ନ ଉଠିଲା ସମାନ ଅପରାଧ ପାଇଁ ଜଷ୍ଟିସ କାଟଜୁଙ୍କ ପ୍ରତି କାହିଁକି କୋହଳ ହୋଇଥିଲା ଓଡିଶା

Published By : Prameya-News7 Bureau | October 24, 2018 IST

ଭୁବନେଶ୍ବର୨୪|୧୦: ଅଭିଜିତ ଆୟାର ମିତ୍ର ଓ ଜଷ୍ଟିସ ମାର୍କଣ୍ଡେୟ କାଟଜୁଙ୍କ ପ୍ରତି ରାଜ୍ୟ ପୋଲିସ ପ୍ରଶାସନର ଦୁଇଟି ବ୍ୟବହାର କି । ନା ଆୟାର ମିତ୍ରଙ୍କ କ୍ଷେତ୍ରରେ ଟିକେ ଅଧିକ ପ୍ରତିକ୍ରିୟା ଶୀଳ । ଅଭିଜତଙ୍କୁ ୧୪ ଦିନ ଜେଲ୍ ହାଜତକୁ ପଠାଇବା ଏବଂ ଗୃ-ହ କମିଟି ଆଇନକୁ ତର୍ଜମା କରି ଏକପ୍ରକାର ବିଶାଳ ହୃଦୟ ଦେଖାଇବା ଏଭଳି କିଛି ପ୍ରଶ୍ନକୁ ସାମ୍ନାକୁ ଆଣିଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ବି କିଛି କମ୍ ହୋଇନି । ସମସ୍ତେ ମୌକାଦେଖି ଦୋଷ ଠେଲାଠେଲିରେ ମାତିଯାଇଛନ୍ତି । ଅଭିଜିତ ଆୟାର ମିତ୍ର ଏବେ ଜେଲ୍ ରେ । ଭୁଲ ପାଇଁ ତାଙ୍କୁ ସଜା ମିଳିଲା । କିନ୍ତୁ ଅଭିଜିତ ଆୟାରଙ୍କ ଭୁଲ ପାଇଁ ଦଣ୍ଡ ବିଧାନ ପରିଣାମ କେତେ ସେନେଇ ଉଠିଲାଣି ପ୍ରଶ୍ନ । କଥା ସେତିକିରେ ଅଟକିନି, ଗୋଟିଏ ପ୍ରକାର ଭୁଲ ପାଇଁ ଦୁଇ ପ୍ରକାର ସଜା କିଭଳି ହେବ ସେନେଇ ବି ବିବାଦ ମୁଣ୍ଡ ଟେକିଛି । ଜଷ୍ଟିସ ମାର୍କଣ୍ଡେୟ କାଟଜୁ ୨ ବର୍ଷ ତଳେ ଓଡିଶା ବିରୁଦ୍ଧରେ ଦେଇଥିଲେ କଟୁ ମନ୍ତବ୍ୟ । କାଟଜୁଙ୍କ ଏଭଳି ମନ୍ତବ୍ୟ ଓଡିଶାରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।  କିନ୍ତୁ ସେ କ୍ଷମା ପ୍ରାର୍ଥନା କରିବା ପରେ ସବୁ କିଛି ଥଣ୍ଡା ପଡିଯାଇଥିଲା । କିନ୍ତୁ ଅଭିଜିତ ଆୟାରଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ କାହିଁକି ହେଲା ତାହା ଏବେ ସନ୍ଦେହ ଘେରରେ । ବିଜେପି ନେତା ସମୀର ମହାନ୍ତି, ଡାକ୍ତର ଦାମୋଦର ରାଉତ, ବିରୋଧିଦଳ ନେତା ନରସିଂହ ମିଶ୍ରନ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ ମାନଙ୍କୁ ବୁଦ୍ଦୁ କହି ବୁଦ୍ଧି ଶିଖିଛନ୍ତି ଅଭିଜିତ ଆୟାର ମିତ୍ର । ନିଜେ ଗୃହ କମିଟି ଆଗରେ ହାଜର ହେବାକୁ ବାଧ୍ୟ ହେଲେ ଆଉ ବାରମ୍ବାର କ୍ଷମା ପ୍ରାର୍ଥନା କରିବା ପରେ ଗୃହ କମିଟି ଏକ ପ୍ରକାର କୋହଳ ମନୋଭାବ ଦେଖାଇଲା । କିନ୍ତୁ ଆୟାରଙ୍କ ଦୋଷ ପାଇଁ ପୋଲିସ ପ୍ରଶାସନର ବ୍ୟବହାର କଣ ହେବା ଦରକାର ସେନେଇ ବି ଉଠିଛି ପ୍ରଶ୍ନ । ସୁପ୍ରିମକୋର୍ଟ ତାଙ୍କୁ ବେଲ୍ ନଦେବା ପରେ କାହିଁକି ପୋଲିସ ତାଙ୍କୁ ଗିରଫ ପାଇଁ ଉଦ୍ୟମ କଲାନାହିଁ ତାହାବି ସନ୍ଦେହ ଘେରରେ ରହିଛି । ଜେଏମଏଫସି କୋର୍ଟ ତାଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇଦେବା ପରେ ବୋଧହୁଏ ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି । ଅଭିଜିତ ଆୟାର ମିତ୍ରଙ୍କ ନାଁରେ ଗାଳିଗୁଲଜ କରିବା, ଧର୍ମିୟ ଭାବନାକୁ ଆଘାତ ଦେବା, ମାନହାନି କରିବା ଏବଂ ସୋସିଆଲ ମିଡିଆର ଅପବ୍ୟବହାର କରିବା ଆଦି ଅଭିଯୋଗରେ ବିଭିନ୍ନ ଦଫା ଲାଗିଛି । କିନ୍ତୁ ସମାନ କଥା ଜଷ୍ଟିସ ମାର୍କେଣ୍ଡେୟ କାଟଜୁ କହିବା,  କିନ୍ତୁ କେବଳ ଭୁଲ ମାଗିବା ପରେ  ପ୍ରସଙ୍ଗ ମନକୁ ମନ ଥମିଯିବା ଘଟଣାକୁ ତର୍ଜମା କଲେ ଲାଗୁଛି କେଉଁଠି ନା କେଉଁଠି ଆୟାର ମିତ୍ରଙ୍କ କେସ୍ ରେ ସମସ୍ତେ ଟିକିଏ ଅଧିକ ରିଆକ୍ଟିଭ ହୋଇଯାଇଛନ୍ତି । ତେବେ ଗରଫ ହୋଇ କୋର୍ଟ ଚାଲାଣ ହେବାପରେ ଏବେ କୋଣାର୍କ ପୋଲିସ ଅଭିଜିତଙ୍କୁ ଚାରିଦିନିଆ ରିମାଣ୍ଡରେ ନେଇଛି…..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.