Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ପଛୁଆବର୍ଗ ସର୍ଭେ ବିଜ୍ଞାପନ ପରେ ତେଜିଲା ପଲିଟିକ୍ସ, ବିରୋଧୀ କହିଲେ ଭୋଟ୍ ପାଇଁ OBC କାର୍ଡ଼, ବିଜେଡିର ଜବାବ ଆର୍ଥିକ ବିକାଶ ଚାହୁଁଛନ୍ତି ସରକାର

16/03/2023 at 8:29 PM

ଭୁବନେଶ୍ୱର: ମେ ୧ରୁ ଓବିସି ବର୍ଗଙ୍କ ସର୍ଭେ କରିବେ ରାଜ୍ୟ ସରକାର । ରାଜ୍ୟର ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ତଥ୍ୟ ଜାଣିବା ଲାଗି ୨୭ ଦିନ ଧରି ଅନଲାଇନ ଓ ସର୍ଭେ ସେଣ୍ଟର ମାଧ୍ୟମରେ ଏହି ଗଣନା ହେବ । ଏନେଇ ଆଜି ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇବା ପରେ ଜୋର୍ ଧରିଛି ଓବିସି ପଲିଟିକ୍ସ । ପଛୁଆ ବର୍ଗକୁ ସୁବିଧା ସୁଯୋଗ ନଦେଇ କେବଳ ଭୋଟ ହାତେଇବା ଓ ସମୟ ଗଡ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ସର୍ଭେର ବାହାନା କରୁଛନ୍ତି ବୋଲି ଅଭିଯୋଗ କରିବା ସହ କାହିଁକି ଡୋର ଟୁ ଡୋର ସର୍ଭେ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଯାହାର ଜବାବ୍ ଦେଇ ବିଜେଡି କହିଛି, ସରକାର ପଛୁଆ ବର୍ଗଙ୍କ ଲାଗି ଯୋଜନା କରିବାକୁ ତଥ୍ୟ ସଂଗ୍ରହ  ଲାଗି ସର୍ଭେ କରୁଛନ୍ତି ।

ସରକାରୀ ବିଜ୍ଞାପନ ପରେ ତେଜିଲା OBC ପଲିଟିକ୍ସ । OBC କାର୍ଡ଼କୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ । ମେ ପହିଲାରୁ ରାଜ୍ୟର ପଛୁଆ ବର୍ଗଙ୍କ ସର୍ଭେ କରିବେ ସରକାର । ସର୍ଭେ ସେଣ୍ଟର ଆଉ ଆନଲାଇନ ମାଧ୍ୟମରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ତଥ୍ୟ ଦାଖଲ କରିବାକୁ ବିଜ୍ଞାପନ ମାଧ୍ୟମରେ  ଅପିଲ କରିଛନ୍ତି ରାଜ୍ୟ ସରକାର । ୨୦୮ ପଛୁଆ ବର୍ଗର ଲୋକଙ୍କୁ ଏହି ସର୍ଭେରେ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ବିଜ୍ଞାପନ ପ୍ରକାଶ ପାଇବା ପରେ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।  ବିଜେପି କହିଛି ରାଜ୍ୟ ସରକାର OBCଙ୍କୁ ସୁବିଧା ନଦେଇ ସର୍ଭେ ନାଁରେ ଭୋଟ ହାତେଇବାକୁ ଚାହୁଁଛନ୍ତି । ଅଫଲାଇନ୍ ଆବେଦନ ବଦଳରେ ଡୋର ଟୁ ଡୋର ସର୍ଭେ ମାଧ୍ୟମରେ OBC ଗଣନା ହେଉ । କେବଳ ତଥ୍ୟ ହାସଲ ନୁହେଁ ରାଜ୍ୟର ୫୪ ପ୍ରତିଶତ ଲୋକଙ୍କର ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ କରିବା ଗୁରୁତ୍ଵପୁର୍ଣ୍ଣ । ବହୁ ବିଳମ୍ବରେ ୨ ବର୍ଷ ପରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସର୍ଭେ କରିବେ ବୋଲି ବିଜ୍ଞାପନ ଦେଇଛନ୍ତି । ହେଲେ ସର୍ଭେ ସେଣ୍ଟର କି ଅନଲାଇନରେ ତଥ୍ୟ ଦାଖଲ ନୁହେଁ, ଡ଼ୋର ଟୁ ଡ଼ୋର ସର୍ଭେ କରିବାକୁ ଦାବି କରିଛି ବିଜେପି ।  ଏହା ସହ ଶିକ୍ଷା ଏବଂ ନିଯୁକ୍ତିରେ ରାଜ୍ୟ ସରକାର କାହିଁକି  ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛି ଦଳ । କଂଗ୍ରେସ କହିଛି ରାଜ୍ୟର ଅଧାରୁ ଅଧିକ ପଛୁଆ ବର୍ଗର । ସେମାନଙ୍କୁ ସୁବିଧା ନଦେଇ କେବଳ ସେମାନଙ୍କ ଭୋଟ ହାତେଇବାକୁ ସରକାର  ଏ ଘୋଷଣା କରିଛନ୍ତି  ।

ରାଜ୍ୟର ମୋଟ ଜନ ସଂଖ୍ୟାର ପାଖାପାଖି ୫୪ ପ୍ରତିଶତ ଏର୍ଥାତ୍ ୨ କୋଟିରୁ ଅଧିକ ଲୋକ ହେଉଛନ୍ତି ପଛୁଆ ବର୍ଗର । ରାଜ୍ୟ ନିର୍ବାଚନ ଗଣିତ ଏପଟ ସେପଟ କରିବାରେ OBC ଭୋଟରଙ୍କ ସଂଖ୍ୟା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଛୁଆ ବର୍ଗଙ୍କୁ ଖୁସି କରିବାକୁ ସରକାର ଚାହୁଁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାର ଜବାବ ରଖି ବିଜେଡି କହିଛି ପଛୁଆ ବର୍ଗଙ୍କ ଲାଗି ଯୋଜନା କରିବାକୁ ହେଲେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଜାଣିବା ଦରକାର । ତେଣୁ ସରକାର ତାହା ଜାଣିବାକୁ ସର୍ଭେ କରାଉଛନ୍ତି । ପଛୁଆ ବର୍ଗଙ୍କ ଲାଗି ଯୋଜନା କରିବାକୁ ତଥ୍ୟ ସଂଗ୍ରହ କରାଯାଉଛି । ପଛୁଆ ବର୍ଗଙ୍କ ସାମାଜିକ ଓ ଆର୍ଥିକ ବିକାଶ କଥା କ’ଣ ବିରୋଧୀ ଚାହୁଁ ନାହାନ୍ତି କି ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି ।

ମେ ୧ ରୁ ୨୭ ଭିତରେ OBC ପରିବାର ମୁଖ୍ୟ କିମ୍ବା ବରିଷ୍ଠ ସଦସ୍ୟ ସର୍ଭେ ସେଣ୍ଟର କିମ୍ବା ଅନଲାଇନରେ ସେମାନଙ୍କ ପରିଚୟ ପତ୍ର  ଦେଖାଇ ସବୁ ତଥ୍ୟ ଦେଇପାରିବେ । ବିନା ମୁଲ୍ୟରେ ଅନଲାଇନରେ www.oscbc.odisha.gov.in ରେ ଫର୍ମ ପୁରଣ କରିବେ । ତେବେ ୨୪ ନିର୍ବାଚନରେ ପଛୁଆ ବର୍ଗଙ୍କ ସମର୍ଥନ ହାତେଇବାକୁ ବିରୋଧୀ ଓ ଶାସକ ଦଳ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ସେମାନେ କାହାର ସାଥ୍ ଦେଉଛନ୍ତି ତା’ ଉପରେ ରହିବ ନଜର ।

   Related Posts