ଭୁବନେଶ୍ଵର: ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଜୋର ଧରିଛି ରାଜନୈତିକ ବୟାନବାଜି । ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବାରେ ଲାଗିଛନ୍ତି ଉଭୟ ବିଜେଡି ଓ ବିଜେପି । ମଉକା ଦେଖି କଂଗ୍ରେସ ମଧ୍ୟ ରିଆକ୍ସନ ଛାଡ଼ିଛି । ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଥା ଫିଙ୍ଗିଲେ, ଆଉ ଏହାକୁ କାଉଣ୍ଟର କଲେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା । କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ନିଜର ଚିରାଚରିତ ଷ୍ଟାଇଲ୍ରେ ରିଆକ୍ସନ ରଖିଛନ୍ତି । ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା । ରାଜନୀତିକୁ ଖୋରାକ୍ ଯୋଗାଇଛି ।
wp:heading {"level":4}Also read- ଆଗୁଆ ନିର୍ବାଚନ ନେଇ କଂଗ୍ରେସ ବିଧାୟକଙ୍କ ପ୍ରତିକ୍ରିୟା, କହିଲେ ବିଜେଡି-ବିଜେପି ଭାଇ ଭାଇ
/wp:headingମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି-ବିଜେଡି । ଆଗୁଆ ନିର୍ବାଚନ ସମ୍ଭାବନା ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଗୁଆ ନିର୍ବାଚନ ନେଇ ଯେ ପର୍ଯ୍ୟନ୍ତ ରାଜ୍ୟ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେଇନାହାନ୍ତି, ସେପର୍ଯ୍ୟନ୍ତ କିଛି ହେବାର ନାହିଁ । ଆଗୁଆ ନିର୍ବାଚନ ନେଇ ରାଜ୍ୟ ପ୍ରସ୍ତାବ ଦେଇଛି କି ନାହିଁ ତାହା ଜଣାନାହିଁ । ହୁଏତ ଏହା କଳ୍ପନାଜଳ୍ପନା ହୋଇପାରେ । ଲୋକଙ୍କ କାମ କରିବାକୁ ବିଜେଡିକୁ ୫ବର୍ଷ ପାଇଁ ଜନାଦେଶ ମିଳିଛି। ସରକାର ୫ବର୍ଷ ପାଇଁ କାମ କରନ୍ତୁ । ୫ବର୍ଷ ପରେ ଯେତେବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ ସେତେବେଳେ ନିଜର ରିପୋର୍ଟ କାର୍ଡ଼ ଦେଖାଇ ସରକାର ନିର୍ବାଚନକୁ ଯାଆନ୍ତୁ । ନିର୍ବାଚନ ପାଇଁ କାହିଁକି ଏତେ ତରତର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଏଥି ସହ କହିଛନ୍ତି, ଓଡ଼ିଶାରେ ଯେବେ ବି ନିର୍ବାଚନ ହେବ ସେଥିପାଇଁ ବିଜେପି ପ୍ରସ୍ତୁତ ରହିଛି ।
{"id":830979,"sizeSlug":"full","linkDestination":"none"}ଅପରାଜିତା କଥା ଫିଙ୍ଗିଲେ । କାଉଣ୍ଟର ପାଇଁ ସାମ୍ନାକୁ ଆସିଲା ବିଜେଡି । ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ରାଜ୍ୟ ସରକାର ଏପର୍ଯ୍ୟନ୍ତ କେଉଁଠି ବି କହି ନାହାନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକଥା କେଉଁଠୁ ଜାଣିଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ । ଯଦି ବି ରାଜ୍ୟରେ ଆଗୁଆ ନିର୍ବାଚନ ହୁଏ ତାହେଲେ ସେଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । ସାମ୍ବିଧାନିକ ବ୍ୟବସ୍ଥାରେ ୫ବର୍ଷ ଯାଏଁ ସରକାରଙ୍କୁ ଲୋକ ମ୍ୟାଣ୍ଡେଟ୍ ଦେଇଥାନ୍ତି । କିନ୍ତୁ ସେହି ସାମ୍ବିଧାନିକ ବ୍ୟବସ୍ଥାରେ ବି ରହିଛି ଯେତେବେଳେ ସରକାର ଚାହିଁବେ ସେ କେନ୍ଦ୍ର ହେଉ କି ରାଜ୍ୟ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ ।
{"id":830980,"sizeSlug":"full","linkDestination":"none"}ସେହିଭଳି ରାଜ୍ୟରେ ଆଗୁଆ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ବି ନିଜର ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଗୁଆ ନିର୍ବାଚନ ଚର୍ଚ୍ଚା କେବଳ ଧୂଆଁ ବାଣ । ବର୍ତମାନ ସମୟରେ ନା’ ରାଜ୍ୟ ସରକାର ନା’ କେନ୍ଦ୍ର ସରକାର କେହି ଆଗୁଆ ନିର୍ବାଚନକୁ ଯିବେ ନାହିଁ । ଏହା କେବଳ ମିଛ ପ୍ରଚାର, କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ।
{"id":830981,"sizeSlug":"full","linkDestination":"none"}୨୦୨୪ ଏପ୍ରିଲ-ମେ’ ଆଡ଼କୁ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ୍ ହେବ । ହେଲେ ଓଡ଼ିଶାରେ ଆସନ୍ତା ଡିସେମ୍ବର ମାସରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।