oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢକୁ ନେଇ ଜୋର ଧରିଲା ରାଜନୀତି, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ପରେ ବିହାରର ପ୍ରସ୍ତାବ ନାକଚ

2/01/2020 at 7:48 PM

ପାଟନା୨।୧୨:   ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ ଜାନୁୟାରୀ ଜନରାଜ୍ୟ ଦିବସ ପରେଡ୍‌ରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନୀକୁ ନେଇ ରାଜନୀତି ଉଷ୍ମ ହେଉଛି। ବିଶେଷଜ୍ଞ କମିଟି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ପ୍ରଜ୍ଞାପନ ମେଢ ପ୍ରସ୍ତାବ ଖାରଜ କରିଦେଇଥିବା ବେଳେ ଏବେ ବିହାରର ପ୍ରସ୍ତାବ ଚଳିତବର୍ଷର ଥିମ ଅନୁରୂପ ନଥିବା ଦର୍ଶାଇ ନାକଚ୍ କରାଯାଇଥିବା ସୂଚନା କେନ୍ଦ୍ରର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରସଙ୍ଗରେ ପଶ୍ଚିମବଙ୍ଗ ଓ ବିହାର ସରକାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ମହାରାଷ୍ଟ୍ର ସରକାରର ସହଯୋଗୀ ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଏହାକୁ ରାଜ୍ୟମାନଙ୍କର ଅପମାନ ବୋଲି କହିଛନ୍ତି।  

ବିହାର ସୂଚନା କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ଅନୁସାରେ ରାଜ୍ୟ ସରକାର ଏବେ ଜେଜେଏଚ୍ ମିଶନରେ କାମ କରୁଛନ୍ତି। ଏହି ମିସନରେ ଜଳବାୟୁ ନିୟନ୍ତ୍ରଣ ଓ ଜଳ ସଂରକ୍ଷଣକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଜନରାଜ୍ୟ ଦିବସ ପ୍ରଜ୍ଞାପନ ମେଢରେ ‘ଜଳ-ଜୀବନ-ହିରୟାଲୀ’ ମିଶନ ପ୍ରଦର୍ଶିତ କରାଯିବ ବୋଲି ସୂଚିତ କରାଯାଇଥିଲା। ତେବେ ବିଶେଷଜ୍ଞ ସମିତି ବିହାରର ପ୍ରସ୍ତାବ ଥିମ ଅନୁଯାୟୀ ନଥିବା କହିଛି। ଗତ ୨୦୧୫ ମସିହା ସାଧାରଣତନ୍ତ୍ର ଦିବସ ପରେଡରେ ବିହାରର ପ୍ରଜ୍ଞାପନ ମେଢ ଶେଷ ଥର ଦେଖାଯାଇଥିଲା। ଏପରିକି ଗତବର୍ଷ ମଧ୍ୟ ବିହାରର ପ୍ରଜ୍ଞାପନ ମେଢ ରାଜପଥରେ ପ୍ରଦର୍ଶିତ ହୋଇନଥିଲା।

ପ୍ରଥମେ ମନ୍ତ୍ରାଳୟ ପଶ୍ଚିମବଙ୍ଗର ପ୍ରସ୍ତାବ ଅଗ୍ରାହ୍ୟ କରିଥିବା ବେଳେ ଏବେ ବିହାର ଓ ମହାରାଷ୍ଟ୍ରର ପ୍ରସ୍ତାବ ଅଗ୍ରାହ୍ୟ ହେବା ଘଟଣା ରାଜନୈତିକ ରୂପ ନେଇଛି। ଏନସିପି ନେତା ସୁପ୍ରିୟା ସୁଲେ ଏହା ରାଜ୍ୟମାନଙ୍କର ଅପମାନ ବୋଲି କହିଛନ୍ତି। ସେହିପରି ଶିବସେନା ସାଂସଦ ସଞ୍ଜୟ ରାଉତ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି। ଚଳିତବର୍ଷ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ, କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ଓ ବିଭାଗଙ୍କ ପକ୍ଷରୁ ଏଥିଲାଗି ୫୬ଟି ପ୍ରସ୍ତାବ ଦେଇଥିଲେ। ତେବେ ମନୋନୟନ ନିମନ୍ତେ ଗଠିତ ବିଶେଷଜ୍ଞ କମିଟି ୨୨ଟି ପ୍ରଜ୍ଞାପନ ମେଢକୁ ଅନୁମତି ପ୍ରଦାନ କରିଛନ୍ତି।

   Related Posts