ବିମାନବନ୍ଦର ଛାତ ଭୁଶୁଡିବା ଘଟଣାକୁ ନେଇ ତେଜିଲା ରାଜନୀତି : ନିନ୍ଦାକଲା ବିଜେପି, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ, ସେପଟେ ବିଜେଡି କହିଲା ନୋ ପଲିଟିକ୍ସ

Published By : Prameya-News7 Bureau | January 25, 2020 IST

ଭୁବନେଶ୍ବର ୨୫।୧: ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣାକୁ ତେଜିଲାଣି ରାଜନୀତି । ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଘଟଣାର ପୁଙ୍ଖାନୁପୁଙ୍ଖ ଓ ନିରପେକ୍ଷ ତଦନ୍ତ କଥା ଉଠାଇଛନ୍ତି । ସସ୍ମିତ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ବିଜେପି ଭଳି ବିଜେଡି ଏଭଳି ମର୍ମନ୍ତୁଦ ଦୁର୍ଘଟଣାରେ ରାଜନୀତି କରିବାକୁ ଚାହୁଁନି କି ରାଜନୀତିକରଣରେ ବିଜେଡି ବିଶ୍ବାସ କରେନାହିଁ ।

{"id":215600,"sizeSlug":"large"}

ସେପଟେ ଏଭଳି ଘଟଣାକୁ ନିନ୍ଦା କରିଛି ବିଜେପି । ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ବିଜେପି କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବିଜେଡି କାହିଁକି ଏଭଳି କହୁଛି । ଠିକାଦାର ଦିଲ୍ଲୀପ ଖଟେଇଙ୍କ ସହ କେଉଁ ନେତା ମନ୍ତ୍ରୀଙ୍କ ସମ୍ପର୍କ ନାହିଁ ତ ପ୍ରଶ୍ନ ଉଠାଇଛନ୍ତି ଗୋଲକ ।

{"id":215597,"sizeSlug":"large"}

ଅନ୍ୟପଟେ ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ଏଥିସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ବିଧାୟକ ସୁର ରାଉତରାୟ ।

{"id":215593,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଅଢ଼େଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ସାରିଥିଲେ । ନିମିଷକେ ମଧ୍ୟରେ ମାଟିରେ ମିଶିଲା ପାଖାପାଖି ୧୦ ହଜାର ସ୍କୋୟାର ଫୁଟର ଛାତ । ବିମାନବନ୍ଦରରେ ଟର୍ମିନାଲ ୧ ଓ ୨କୁ ସଂଯୋଗ କରୁଥିବା ବିଲଡିଂର ଛାତ ତିଆରି କାମ ଚାଲୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା ।

{"id":215596,"sizeSlug":"large"}

ଫଳରେ ଜଣେ ଶ୍ରମିକଙ୍କର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଉଛନ୍ତି ଅନ୍ତର୍ଯ୍ୟାମୀ ଗୁରୁ ଓ ତାଙ୍କ ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳର । ସେହିପରି ଆହତ ଶ୍ରମିକ ନବ କିଶୋର ସ୍ବାଇଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.