Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରେନ୍ ଦୁର୍ଘଟଣାକୁ ନେଇ ରାଜନୀତି, ବିହାରର ୮୮  ଓ  ପଶ୍ଚିମବଙ୍ଗର ୩୧ ଯାତ୍ରୀ ନିଖୋଜ ଥିବା ଅଭିଯୋଗ

7/06/2023 at 8:35 PM

ଭୁବନେଶ୍ଵର: ଟ୍ରେନ୍ ଦୁର୍ଘଟଣାକୁ ନେଇ ରାଜନୀତି ।  ବିହାରର ୮୮  ଓ  ପଶ୍ଚିମବଙ୍ଗର ୩୧ ଜଣ ଯାତ୍ରୀ ଏପର୍ଯ୍ୟନ୍ତ ମିଳୁନଥିବା ଅଭିଯୋଗ କରିଛନ୍ତି ଦୁଇ ରାଜ୍ୟର ସରକାର । ସେପଟେ ଏହି ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିକରି ୧୩ ବିରୋଧୀ ଦଳ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ।

କୁଆଡେ ଗଲେ ବିହାରର ୮୮ ଜଣ ଓ ପଶ୍ଚିମବଙ୍ଗର ୩୧ ଜଣ ?  ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଏହି ଦୁଇ ରାଜ୍ୟର ୧୧୯ ଜଣଙ୍କର କୌଣସି ପତ୍ତା ମିଳୁନଥିବା ଏହି ଦୁଇ ରାଜ୍ୟ ପକ୍ଷରୁ ଅଭିଯୋଗ ହୋଇଛି ।  ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାହନୱାଜ ଆଲାମ କହିଛନ୍ତି ତାଙ୍କ ରାଜ୍ୟର ୮୮ ଜଣ ଯାତ୍ରୀଙ୍କ ପତ୍ତା ମିଳୁନି। ଏପର୍ଯ୍ୟନ୍ତ ଆସିଥିବା ରିପୋର୍ଟ ଅନୁସାରେ ଟ୍ରେନ ଦୁର୍ଘଟଣାରେ ବିହାରର ୪୩ ଜଣଙ୍କର ମୃତ୍ୟୁ ହୋଇଛି । ୪୪ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହେଲେ ଆଉ ୮୮ ଜଣଙ୍କ ପତ୍ତା ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିହାର ସରକାର।

Toll in Odisha train tragedy reaches 288, many still trapped, Army joins  rescue operations | Top points - India Today

ଗତକାଲି ପଶ୍ଚିମବଙ୍ଗ ୩୧ଜଣ ଲୋକଙ୍କ ପତ୍ତା ମିଳୁନଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ । ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଏସ୍‌ସିବିରେ କେବଳ ୫୩ ଜଣ ଚିକିତ୍ସିତ ହେଉଛନ୍ତି।

ଏ ଖବର ପଢନ୍ତୁ- ୩ ଦିନ ତଳେ ହୋଇଥିଲା ବିବାହ, ହେଲେ ବାହାନଗା ଷ୍ଟେସନରେ ହୋଇଗଲେ ଅଲଗା

ଏପଟେ  ଏହି ଘଟଣାକୁ  ନେଇ ରାଜନୀତି ଆରମ୍ଭ ହୋଇଗଲାଣି ।  ଆଜି ରାଜ ଭବନ ସମ୍ମୁଖରେ  ୧୩ ବିରୋଧୀ ଦଳ  ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଏହି ଘଟଣା ପାଇଁ ରେଳ ମନ୍ତ୍ରୀଙ୍କ  ଇସ୍ତଫା ଦାବି କରିଛି କଂଗ୍ରେସ । ସିବିଆଇକୁ ରେଳ ବିଭାଗ ଯେଉଁ ରିପୋର୍ଟ ଦେଇଛି ସେଥିରେ ଷଡଯନ୍ତ୍ର ଥିବା ଉଲ୍ଲେଖ ନାହିଁ। ଯଦି ରେଳମନ୍ତ୍ରୀ ସବୁ ଜାଣିଛନ୍ତି ସିବିଆଇକୁ କଣ ପାଇଁ  ତଦନ୍ତ ଦିଆଯାଇଛି । ପୂର୍ବରୁ ଯେଉଁ ରେଳମନ୍ତ୍ରୀମାନଙ୍କ ସମୟରେ ରେଳ ଦୁର୍ଘଟଣା ଘଟିଛି ସେତେବେଳେ ସେହି ରେଳମନ୍ତ୍ରୀ ଇସ୍ତଫା ଦେଇଛନ୍ତି ବୋଲି କଂଗ୍ରେସ କହିଛି ।

Odisha Train Accident: "Kavach Wouldn't Have Worked Because...": Railways  Explains Train Crash

ଏପଟେ ବିଜେଡି କହିଛି ଓଡ଼ିଶା ସରକାରଙ୍କ ଉଦ୍ଧାର କାର୍ଯ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଯେଉଁମାନଙ୍କ ସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସେହି ରାଜ୍ୟର ସରକାର ତାର ଦାୟିତ୍ବ ନେବା ଉଚିତ । ଓଡ଼ିଶା ସରକାର ତାଙ୍କ କାମ ଠିକ୍ ଢଙ୍ଗରେ କରିଛନ୍ତି ।ଆଉ ବିଜେପି, ଏହି ଘଟଣାରେ ରାଜନୀତି ନକରିବାକୁ ନିବେଦନ କରିଛି। ସିବିଆଇ ତଦନ୍ତ କରୁଥିବାରୁ ନିରପେକ୍ଷ ତଦନ୍ତ ହେବ ବୋଲି କହିଛି ବିଜେପି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ସେଥିମଧ୍ୟରୁ ୨୦୫ ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏ ଖବର ପଢନ୍ତୁ- ରେଳ ଦୁର୍ଘଟଣା ଦେଇଛି ମାନସିକ ଆଘାତ; NDRF ଯବାନଙ୍କୁ ପାଣି ଦେଖାଯାଉଛି ରକ୍ତ ଭଳି, ଲାଗୁନି ଭୋକ

   Related Posts