ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କୋଭିଡ୍ ୧୯: ଲୋକଙ୍କ ଋଣ ପରିଶୋଧ, EMI ଭରିବା ଉପରେ ତିନି ମାସ ରୋକ୍ ଲଗାଇବାକୁ ଦାବି କଲେ ରାଜନେତା

24/03/2020 at 10:02 PM

ନୂଆଦିଲ୍ଲୀ ୨୪।୦୩: ମହାମାରୀ କରୋନାର ପ୍ରତିରୋଧ ପାଇଁ କେନ୍ଦ୍ରର ମୋଦୀ ସରକାର ସଂପୂର୍ଣ୍ଣ ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି। କରୋନା କାରଣରୁ ଆର୍ଥିକ ବ୍ୟବସ୍ଥା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ମଧ୍ୟବିତ୍ତ ପରିବାରର ଆୟ ଉପରେ ମଧ୍ୟ କରୋନା ପ୍ରହାର ପଡିଛି। ଏହା ମଧ୍ୟରେ ବିଜେପି ସାଂସଦ ଋଣ ନେଇଥିବା କ୍ଷୁଦ୍ର ବ୍ୟବସାୟୀ ଏବଂ ଅନ୍ୟ ଲୋକଙ୍କ ମାସିକିଆ ଇଏମଆଇ ପୈଠକୁ କିଛି ମାସ ପାଇଁ ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ବିଜେପି ନେତା କିର୍ତ୍ତୀ ସୌମ୍ୟା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଚିଠି ଲେଖି ଇଏମଆଇ, ଋଣ ପରିଶୋଧ ଉପରେ ତିନି ମାସ ରୋକ୍ ଲଗାଇବାକୁ କହିଛନ୍ତି। ସେ କହିଛନ୍ତି ଯେ କରୋନା କାରଣରୁ ହୋଇଥିବା ଲକଡାଉନରେ ମଧ୍ୟବିତ୍ତ, କ୍ଷୁଦ୍ର ବ୍ୟବସାୟୀ ଏବଂ ସେଲ୍‌ଫ ଏମ୍ପ୍ଲୋଇଙ୍କ ରୋଜଗାର ପ୍ରଭାବିତ ହୋଇଛି। ତେଣୁ ସେମାନଙ୍କୁ ଏହି ସବୁ ଜିନିଷ ଭରିବା ଉପରେ ତିନି ମାସ୍ ରୋକ୍ ଲଗାଇବାକୁ ଆରବିଆଇ ଗଭର୍ଣ୍ଣରଙ୍କୁ କହିଛନ୍ତି।

ମହାରାଷ୍ଟ୍ର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚହ୍ଵାଣ କେନ୍ଦ୍ର ସରକାରଙ୍କୁ ସଂପ୍ରତି ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟବର୍ତ୍ତିକାଳୀନ ଆଶ୍ଵସ୍ତି ଦେବାକୁ ଦାବି କରିଛନ୍ତି। ଲୋନର ଇନଷ୍ଟାଲମେଣ୍ଟ, କ୍ରେଡିଟ୍ କାର୍ଡ ବିଲ୍ ଓ ସୁଧ ପୈଠ ଉପରେ ତୁରନ୍ତ ରୋକ୍ ଲଗାଇବାକୁ କହିଛନ୍ତି।

ପୂର୍ବତନ ମନ୍ତ୍ରୀ କୃପା ଶଙ୍କର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କ୍ଷୁଦ୍ର ଓ ମଧ୍ୟମ ସେକ୍ଟରଙ୍କ ଅର୍ଥ ପୈଠ ଓ ଇଏମଆଇ ଭରିବା ଉପରେ ତିନି ମାସ ରୋକ୍ ଲଗାଇବାକୁ କହିଛନ୍ତି।

   Related Posts