ବହିଲାଣି ନିର୍ବାଚନୀ ପବନ: ବ୍ୟାନର ପୋଷ୍ଟର ପାଇଁ ଫ୍ଲେକ୍ସ ପ୍ରିଣ୍ଟିଂ ଦେକାନରେ ପ୍ରବଳ ଭିଡ

Published By : Prameya-News7 Bureau | January 22, 2019 IST

ଭୁବନେଶ୍ବର ୨୨|୧; ତାରିଖ ଘୋଷଣା ହୋଇନି ସତ । ହେଲେ ଚାରିଆଡ଼େ ବହିଲାଣି ନିର୍ବାଚନୀ ପବନ । ତେଣୁ ସେହି ପବନର ବାସ୍ନାରେ ଏବେ ବଦଳି ଯାଇଛି ନେତାଙ୍କ ଅନ୍ଦାଜ, ହାବଭାବ, ଚାଲିଚଳନ । ନେତାମାନେ ଏବେ ସାଜିଲେଣି ଗ୍ରାହକ । ଦେଖନ୍ତୁ ଏହି ରିପୋର୍ଟ ।

{"id":76997}

ରାଜଧାନୀ ରାସ୍ତାକଡ଼ରେ ବଡ଼ବଡ଼ କଟ୍ ଆଉଟ୍ । ଯେଉଁ ଆଡ଼କୁ ନଜର ଗଲେ ପଲିଟିକାଲ ଲିଡ଼ରଙ୍କ ମାଳମାଳ ପୋଷ୍ଟର । ଯଥାସମ୍ଭବ ପ୍ରଚାର ପ୍ରସାର କରି କଳେବଳେ କୌଶଳେ କ୍ଷମତା ଆୟତ୍ତ କରିବାକୁ ହେବ ।

{"id":76998}

ସେଥିପାଇଁ ଏବେ ଗ୍ରାହକ ସାଜିଛନ୍ତି ନେତା । ଆଡଭାନ୍ସ ଟଙ୍କା ଦେଇ ଫ୍ଲେକ୍ସ ଓ ବ୍ୟାନର ବରାଦ ଦେଉଛନ୍ତି । ରାଜଧାନୀରେ ଥିବା ୧୦୦ରୁ ଅଧିକ ପ୍ରିଣ୍ଟିଂ ପ୍ରେସରେ ବି ବେଶ ଭିଡ଼ । ନେତାଙ୍କ ଚାହିଦାକୁ ଦେଖି ମାଲିକମାନେ ବି ଭଲ ଡିସକାଉଣ୍ଟ ଦେଉଛନ୍ତି । 

{"id":76999}

ଯେତେ ପ୍ରଭାବଶାଳୀ ନେତା ସେତେ ଅଧିକ ବ୍ୟାନର । ଅର୍ଡର ମିଳିବା ପରେ ପ୍ରଥମେ ନେତା ଦେଇଥିବା ଚିତ୍ରକୁ ଟ୍ରିମ୍ କରିବା ସହ ସେଟିଙ୍ଗ୍ କରଯାଇ କିଛି ଭିଜୁଆଲ ଇଫେକ୍ଟସ ଦିଆଯାଉଛି ।

{"id":77000}

ତା’ପରେ ପ୍ରିଣ୍ଟ ହେବା ସହ ହୋର୍ଡିଂ ଲାଗୁଛି । ସେପଟେ ଡିମାଣ୍ଡକୁ ଆଖି ଆଗରେ ରଖି ମାଲିକମାନେ କିଛି ସ୍ବତନ୍ତ୍ର ଇଙ୍କ୍ ଗୋଦାମରେ ସାଇତି ରଖିଲେଣି । ସଂଖ୍ୟାରେ ଫ୍ଲେକ୍ସ ଓ ବ୍ୟାନର ବରାଦ ଦେଉଛନ୍ତି ନେତା ।

{"id":77003}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.