ବାଲେଶ୍ବରରେ ରାଜନୈତିକ ହିଂସା : ୨ କର୍ମୀ ଗୁରୁତର, ୫ ଅଟକ
2/11/2020 at 3:19 PM

ବାଲେଶ୍ବର ୨।୧୧: ବାଲେଶ୍ବର ଉପ ନିର୍ବାଚନରେ ପ୍ରଥମ ରାଜନୈତିକ ହିଂସା ଦେଖା ଦେଇଛି । ବିଜେଡି ଓ ବିଜେପି ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣଙ୍କୁ ଚାନ୍ଦିପୁର ପୋଲିସ ଅଟକ ରଖିଛି ।

ଚାନ୍ଦିପୁର ସମିତି ସଭ୍ୟ ସମେତ ଜିଲ୍ଲା ବାହାରର ଜଣେ ବିଜେଡି କର୍ମୀ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଏମାନଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ବିଜେଡି ଜିଲ୍ଲା ଯୁବ ସଭାପତି ମାନସ ମଙ୍ଗରାଜ କହିଛନ୍ତି । ପୋଲିସ ଅଟକ ରଖିଥିବା ଯୁବକମାନେ ବିଜେପିର କର୍ମୀ ବୋଲି ବିଜେପି ମିଡିଆସେଲ୍ ପକ୍ଷରୁ ସୂଚନା ଦିଆଯାଇଛି ।