scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନବୀନ-ଶାହ ଭେଟଘାଟକୁ ନେଇ ତେଜିଲା ରାଜନୀତି, କିଏ ସମୁଦ୍ର କିଏ ନଈ ସେନେଇ ଚାଲିଛି ବୟାନବାଜି

10/08/2023 at 3:50 PM

ଭୁବନେଶ୍ବର ୧୦।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୀତି । ୨ ଦଳ ଭିତରୁ କିଏ ସମୁଦ୍ର କିଏ ନଈ ସେନେଇ ବିଜେଡି-ବିଜେପି ଭିତରେ ବୟାନବାଜି ହୋଇଛି । ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଦଳ ହୋଇଥିବାରୁ ଆମେ ସମୁଦ୍ର । ସମୁଦ୍ର କେବେ ନଦୀ ନାଳରେ ମିଶିବନି । ଆମେ ଏକାକୀ ନିର୍ବାଚନ ଲଢ଼ିବୁ ଏବଂ ଆଗକୁ ଲଢେଇ ଜୋରଦାର ହେବ ବୋଲି ସନାତନ ବିଜୁଳି କହିଛନ୍ତି । ଭେଟଘାଟକୁ ନେଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି ।

ତେବେ ବିଜେପିର ଏହି ଦାବିକୁ ଜୋରଦାର କାଉଣ୍ଟର କରିଛି ବିଜେଡି। ବିଜେଡିର ବରିଷ୍ଠ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ବିଜେଡି ହେଉଛି ସମୁଦ୍ର । ଆମେ କାଇଁ ନଦୀ ନାଳ ହେବୁ । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ନେଇ ଆମେ ଏକାକୀ ନିର୍ବାଚନ ଲଢ଼ିବୁ । କାହା ସହ ମିଶିବୁନି ବୋଲି ଅରବିନ୍ଦ ଢାଲି କହିଛନ୍ତି ।

You Can Read :

   Related Posts