ଅମରାବତୀ ୨୨।୨: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଶାଢୀ, ମଦ ଓ ଟଙ୍କା ବାଣ୍ଟିବା ଏକ ସାଧାରଣ କଥା, ହେଲେ କଥା ଏବେ ଏତିକିରେ ଅଟକି ନାହିଁ। ନିର୍ବାଚନ ରାବିଡି ସୂଚୀରେ ଶାଢୀ ଓ ମଦ ପରେ ଏବେ କଣ୍ଡୋମ ବି ସାମିଲ ହୋଇଯାଇଛି। ଏହି କାରନାମା ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳୁଛି। ଯେଉଁଠି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଉପରେ ଏବେ କଣ୍ଡୋମ ପ୍ୟାକେଟ ଉପରେ ନିଜ ନିର୍ବାଚନ ଚିହ୍ନ ଓ ପାର୍ଟିର ନାମ ଲେଖି ଘରେଘରେ ବାଣ୍ଟୁଥିବାର ଅଭିଯୋଗ ହେଉଛି।
wp:htmlతమ పార్టీ ప్రచారం కోసం చివరికి ప్రజలకు కండోమ్లు కూడా పంపిణీ చేస్తోంది @JaiTDP. ఇదెక్కడి ప్రచార పిచ్చి? నెక్ట్స్ వయాగ్రాలు కూడా పంచుతారేమో? కనీసం అక్కడితోనైనా ఆగుతారా? లేకపోతే మున్ముందు ఇంకా దిగజారుతారా @ncbn @naralokesh @PawanKalyan? #EndofTDP https://t.co/hnflIp8F8I
— YSR Congress Party (@YSRCParty) February 21, 2024
/wp:htmlతమ పార్టీ ప్రచారం కోసం చివరికి ప్రజలకు కండోమ్లు కూడా పంపిణీ చేస్తోంది @JaiTDP. ఇదెక్కడి ప్రచార పిచ్చి? నెక్ట్స్ వయాగ్రాలు కూడా పంచుతారేమో? కనీసం అక్కడితోనైనా ఆగుతారా? లేకపోతే మున్ముందు ఇంకా దిగజారుతారా @ncbn @naralokesh @PawanKalyan? #EndofTDP https://t.co/hnflIp8F8I
— YSR Congress Party (@YSRCParty) February 21, 2024
ଏ ନେଇ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କାର୍ଯ୍ୟକର୍ତ୍ତାଙ୍କୁ କ୍ଷମତାସୀନ ୱାଇଏସଆର କଂଗ୍ରେସ୍ ଓ ବିରୋଧୀ ଦଳ ତେଲଗୁଦେଶମ ପାର୍ଟି (ଟିଡିପି)ର ନିର୍ବାଚନ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍ ବାଣ୍ଟୁଥିବାର ଦେଖାଯାଉଛି। ଏହି ସବୁ ପ୍ୟାକେଟ୍କୁ କାର୍ଯ୍ୟକର୍ତ୍ତା ଭୋଟରଙ୍କ ଘରକୁ ଘର ବୁଲି ବାଣ୍ଟୁଥିବାର ଦେଖାଯାଉଛି। ତେବେ ସବୁଠୁ ମଜାଦାର କଥା ଯାହା, ତାହା ହେଉଛି ଏହି କଣ୍ଡୋମ ବାଣ୍ଟିବା ଘଟଣାକୁ ନେଇ ଉଭୟ ପାର୍ଟି ପରସ୍ପରକୁ ସମାଲୋଚନା କରୁଛନ୍ତି।
wp:html/wp:htmlసిద్ధం..సిద్ధం అంటూ కేకలు పెట్టేది ఇందుకా ? ఇలాంటి నీచపు ప్రచారాలు చేసే బదులు శవాల మీద చిల్లర ఏరుకోవచ్చు కదా @YSRCParty ?#YCPAntham #WhyAPHatesJagan #2024JaganNoMore #AndhraPradesh pic.twitter.com/RBWftNefxo
— Telugu Desam Party (@JaiTDP) February 21, 2024
ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି(ୱାଇଏସଆରସିପି) ‘ଏକ୍ସ’ ରେ ଟିଡିପିକୁ କଟାକ୍ଷ କରିଥିବା ବେଳେ ‘ପାର୍ଟି ଆଉ କେତେ ତଳକୁ ଖସିବ? ବୋଲି ପ୍ରଶ୍ନ କରିଛି ଓ ପଚାରିଛି ଏହି କଣ୍ଡୋମ ବଣ୍ଟନ ସହ ନିର୍ବାଚନ ପ୍ରଚାର ସରିଯିବ ନା ଆଗକୁ ଯାଇ ଭାଏଗ୍ରା ବି ବଣ୍ଟନ କରିବ?’ ଏହାର ଜବାବରେ ଟିଡିପି ମଧ୍ୟ ୱାଇଏସଆରସିପି ଲୋକଙ୍କ ସହିତ ଏଇଭଳି କଣ୍ଡୋମ ପ୍ୟାକେଟ ଥିବା ଛବି ପୋଷ୍ଟ କରିବା ସହ’ଏହା କଣ ସେହି ପ୍ରସ୍ତୁତି ‘ସିଦ୍ଦମ’ ଯାହା ସମ୍ପର୍କରେ ପାର୍ଟି ନିର୍ବାଚନ ପୂର୍ବରୁ ଏତେ ପ୍ରଚାର ପ୍ରସାର କରୁଥିଲା?’ ବୋଲି ପ୍ରଶ୍ନ କରିଛି।