suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଟକୁରା ନିର୍ବାଚନର କେନ୍ଦ୍ରବିନ୍ଦୁ ହେଉଛି ଡେରାବିଶ ବ୍ଲକ୍‌, ଏବେ ସବୁ ଦଳର ଫୋକସ ସେଇ ଗୋଟିଏ ବ୍ଲକ୍ ଉପରେ

11/07/2019 at 4:47 PM

ପାଟକୁରା ୧୧|୭: ପାଟକୁରା ଲଢେଇରେ ଫୋକସରେ ଅଛି ଡେରାବିଶ ବ୍ଲକ୍ । ସର୍ବାଧିକ ୨୬ଟି ପଞ୍ଚାୟତ ଥିବା ଏହି ବ୍ଲକରେ ଏବେ ନେତା ମନ୍ତ୍ରୀଙ୍କ ଭିଡ । ଡେରାବିଶରେ ଭୋଟରଙ୍କ ସଂଖ୍ୟା ଅଧିକ । ପ୍ରାୟ ୧୨ଟି ପଞ୍ଚାୟତରେ ରହିଛନ୍ତି ସଂଖ୍ୟାଲଘୁ ଭୋଟର । ଗତ ମାସରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଡେରାବିଶ ବ୍ଲକ୍ ରେ ଲୋକମାନଙ୍କୁ ଭେଟିଥିବା ବଳେ ଗତ କାଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଏଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଜେଡି ମଧ୍ୟ ୧୫  ଜଣ ଟାଣୁଆ ନେତାଙ୍କ ଉପରେ ଡେରାବିଶ ବ୍ଲକ୍ ଦାୟିତ୍ବ ନ୍ୟସ୍ତ କରିଛି । 

ପାଟକୁରା ହାତେଇବା ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର କସରତ । ଗରଦପୁର, ଡେରାବିଶ ଓ ମାର୍ଶାଘାଇ ଏହି 3 ଗୋଟି ବ୍ଲକକୁ ଭାଗ ଭାଗ କରି ନେତାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ତବେ ଏହି ୩ଟି ବ୍ଲକ ମଧ୍ୟରୁ ସର୍ବାଧିକ ଗୁରୁତ୍ବ ବହନ କରୁଛି ଡେରାବିଶ । ପାଟକୁରା ନିର୍ବ।ଚନ ମଣ୍ଡଳୀରେ ମୋଟ ୫୧ ଗୋଟି ପଂଚାୟତ ରହିଛି । ତେବେ  ସର୍ବ।ଧିକ ୨୬ ଗୋଟି ପଂଚାୟତ ରହିଛି ଡେରାବିଶ ବ୍ଲକ୍ ରେ। ଏଠାରେ ଭୋଟରଙ୍କ ସଂଖ୍ୟା ପ୍ରାୟ  ୧ ଲକ୍ଷ ୨୦ ହଜାରାରୁ  ଅଧିକ। ତବେ ଏହି ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ । ବିଜେଡି ଅଭିଜ୍ଞ ନେତା ସଂଜୟ ଦାସବର୍ମ। ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଡେରାବିଶ ବ୍ଲକ୍ ଦାୟିତ୍ବ ଦେଇଛି । ତାଙ୍କ ସହ ଅଛନ୍ତି ଆହୁରି ୧୩ ଜଣ ଟାଣୁଆ ନେତା । ଯେନତେନ ପ୍ରକାରେ ଡେରାବିଶ ଭୋଟରଙ୍କୁ ମନେଇ ନିଜ ଆଡକୁ ଟାଣିନେବା ପାଇଁ ଲକ୍ଷ ରଖିଛି ବିଜେଡି। ବିଜେଡି ପକ୍ଷରୁ ଡେରାବିଶ ବ୍ଲକ୍ ରେ କର୍ମୀ ସମ୍ମିଳୀନ, ଘରଘର ବୁଲି ପ୍ରଚାର କରିବା ଏବଂ ପଂଚାୟତ ସ୍ତରରେ ବୈଠକ ଆଦି ଆୟୋଜନ କରାଯାଉଛି।

ଡେରାବିଶକୁ ସମାନ ଗୁରୁତ୍ବ ଦେଉଛନ୍ତି  ଉଭୟ ବିଜେପି ଓ କଂଗ୍ରେସ୍। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗତ ୧୦ ତାରିଖରେ ଡେରାବିଶରୁ ହିଁ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ସେହିପରି ବିଜେପିର ଭୃଗୁ ବକ୍ସିପାତ୍ର, କନକ ବର୍ଦ୍ଧନ ସିଂଦେଓ ଓ ମନମୋହନ ସାମଲ ମଧ୍ୟ ଡେରାବିଶ ମୁହାଁ ହୋଇଛନ୍ତି । ନିକଟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଡେରାବିଶରେ ଏକ ଘରୋଇ କାର୍ଯ୍ୟମରେ ଯୋଗଦେବା ଅବସରରେ କିଛି କର୍ମୀଙ୍କୁ ଭେଟିଥିଲେ। ଅନ୍ୟପକ୍ଷରେ ଡେରାବିଶ ବ୍ଲକର ଲକ୍ଷ୍ମୀ ନାରାୟଣପୁର, ବାଲିଆ, ଚାଟରାଚକଡା ଓ ପଲେଇ ପଂଚାୟତରେ ଭୋଟ ହାର ଅଧିକ ରହିଥିବାବେଳେ ପ୍ରାୟ ୧୨ ଟି ପଂଚାୟତରେ ସଂଖ୍ୟାଲଘୁ ଭୋଟ ଅଧିକ ରହିଛି । ତବେ ସବୁ ଦଳ ଏବେ ସଂଖ୍ୟାଲଘୁ ଭୋଟ ଉପରେ ନଜର ପକାଇଛନ୍ତି ।

ପୂର୍ବ ରେକର୍ଡ ଆନୁଯାୟୀ ଡେରାବିଶର ଭୋଟହାର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରେ । ଡେରାବିଶ ଭୋଟର  ଚଳିତ ନିର୍ବ।ଚନରେ ମଧ୍ୟ ନିର୍ଣ୍ଣ।ୟକ ଭୂମିକା ନେବେ ।  

   Related Posts