ନିର୍ବାଚନ ବେଳେ କେଉଁ ନେତା କେଉଁ ଦେବାଦେବୀଙ୍କର ଶରଣ ପଶିଥିଲେ ଜାଣନ୍ତୁ, କାଲି ଭୋଟ୍‌ ଗଣତି ପରେ ଜଣାପଡିବ କାହା କଥା ଶୁଣିଲେ ଠାକୁର

Published By : Prameya-News7 Bureau | May 22, 2019 IST

ନୂଆଦିଲ୍ଲୀ ୨୨|୫: ଦିଅଙ୍କ ଶରଣରେ ନେତା । ନିର୍ବାଚନୀ ବୈତରଣୀ ପାର କରିଦେବାକୁ ଦେବଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ ରାଜନେତା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପର୍ଯ୍ୟନ୍ତ ସବୁ ହାଇପ୍ରୋଫାଇଲ ନେତା ବିଭିନ୍ନ ଦେବଦେବୀ ପୀଠକୁ ଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଏଇ ନେତାମାନଙ୍କ ଆରାଧନାରେ ଠାକୁର କେତେ ସନ୍ତୁଷ୍ଟ ତାହା ତ ଆସନ୍ତା କାଲି ଜଣା ପଡ଼ିବ, ହେଲେ ଏହି ନେତାଏ କେମିତି ପୂଜାର୍ଚ୍ଚନା କରିଥିଲେ ଥରେ ମନେ ପକାନ୍ତୁ ।

ନିର୍ବାଚନୀ ବୈତରଣୀ ପାର ହେବାକୁ  ଭଗବାନଙ୍କ ଭରସାରେ ନେତା । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବଂ ପୂର୍ବରୁ ପ୍ରାୟ ସବୁ ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀ ବିଭିନ୍ନ ଦେବଦେବୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

{"id":114792}

ମାଆ ଗଙ୍ଗାଙ୍କ ଶରଣରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇ ଉତ୍ତରପ୍ରଦେଶ ଦାୟିତ୍ବ ନେବା ପରେ ମାଆ ଗଙ୍ଗାଙ୍କ ଶରଣ ପଶିଥିଲେ ପ୍ରିୟଙ୍କା । ମାର୍ଚ୍ଚ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରିୟଙ୍କା ଗଙ୍ଗା ଯାତ୍ରା କରିଥିଲେ । ଏହି ୫ ଦିନର ଗଙ୍ଗା ଯାତ୍ରାରେ ସେ ପ୍ରାୟ ୧୪୦ କିଲୋମିଟର ଅତିକ୍ରମ କରିଥିଲେ । ଷ୍ଟିମର ବୋଟ୍‌ରେ ପ୍ରୟାଗରାଜର ଛଟନାଗପୁରରୁ ଆରମ୍ଭ ହୋଇଥିଲା ପ୍ରିୟଙ୍କାଙ୍କ ଯାତ୍ରା । ଯାହା ଶେଷ ହୋଇଥିଲା ବାରାଣସୀର ଅଶୀ ଘାଟରେ । ଏହି ଯାତ୍ରା ସମୟରେ ଗଙ୍ଗାକୂଳରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିରରେ ଆରାଧନା କରୁଥିଲେ ପ୍ରିୟଙ୍କା ।

ବାରାଣସୀରେ ପହଞ୍ଚିବା ପରେ ପ୍ରିୟଙ୍କା ଶ୍ରୀରାମ ଜାନକୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୂରା ପାରମ୍ପରିକ ହିନ୍ଦୁ ରୀତିନୀତି ଅନୁସାରେ ପୂଜା କରିଥିଲେ ପ୍ରିୟଙ୍କା । ବେଦମନ୍ତ୍ର ପାଠ ସହ ପ୍ରିୟଙ୍କା ଭକ୍ତିଭାବରେ ବଡ଼େ ହନୁମାନଙ୍କ ଆରାଧନା କରିଥିଲେ ।ସେହିପରି ସୀତାମଢ଼ି ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହନୁମାନ ମନ୍ଦିରରେ ଆରତୀ କରିଥିଲେ। ଏହି ଅବସରରେ ଗଙ୍ଗାଙ୍କ ଆରାଧନା କରିବାକୁ ଭୁଲିନଥିଲେ ପ୍ରିୟଙ୍କା ।

{"id":114800,"width":577,"height":432}

ମାର୍ଚ୍ଚ ୨୦ ତାରିଖରେ ପ୍ରିୟଙ୍କା କାଶୀ ବିଶ୍ବନାଥଙ୍କ ପୂଜା କରିବା ସହ ନିର୍ବାଚନରେ କଂଗ୍ରେସ ଭଲ କରିବା ନେଇ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ । କାଶୀ ବିଶ୍ବନାଥଙ୍କ ପୂଜା ପରେ ସଙ୍କଟମୋଚନ ହନୁମାନ ଓ କାଳ ଭୈରବଙ୍କ ଆରାଧନା କରିଥିଲେ ପ୍ରିୟଙ୍କା ।

ନିର୍ବାଚନୀ ପ୍ରଚାର ମଧ୍ୟରେ ଯେତେବେଳେ ବି ସୁଯୋଗ ମିଳୁଥିଲା ପ୍ରିୟଙ୍କା ମନ୍ଦିର ଯାଇ ପୂଜା କରୁଥିଲେ। ମେ ୧୩ ତାରିଖରେ ମଧ୍ୟପ୍ରଦେଶ ଗସ୍ତ ବେଳେ ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ବରଙ୍କ ଦର୍ଶନ କରିଥିଲେ ପ୍ରିୟଙ୍କା । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ମନ୍ଦିରରେ ବେଶ୍ କିଛି ସମୟ ଧ୍ୟାନରେ ବସିଥିଲେ ।ରାୟବରେଲିରେ ନିର୍ବାଚନୀ ପ୍ରଚାର ବେଳେ ବ୍ରହ୍ମପୁରର ପ୍ରସିଦ୍ଧ ଶିବମନ୍ଦିରକୁ ଯାଇ ପୂଜା କରିଥିଲେ ପ୍ରିୟଙ୍କା।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଦିଅଁ ଦେବତାଙ୍କ ଶରଣ ଯିବାର ଦେଖିବାକୁ ମିଳିଥିଲା । ଗତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଉଜ୍ଜୟିନୀରେ ମହାକାଳେଶ୍ବରଙ୍କ ପୂଜାର୍ଚ୍ଚନା କରି ରାହୁଲ ଭଲ ରେଜଲ୍ଟ କରିଥିଲେ ।… ତେଣୁ ଏଥର ସାଧାରଣ ନିର୍ବାଚନ ବେଳେ ମଧ୍ୟ ସେ ବିଭିନ୍ନ ମନ୍ଦିରକୁ ଯାଇ ତାଙ୍କ ଧାର୍ମିକ ଆସ୍ଥା ଓ ବିଶ୍ବାସର ପ୍ରମାଣ ଦେଇଥିଲେ । ତିରୁପତିରେ ଭେଙ୍କଟେଶ୍ବରଙ୍କ ଦର୍ଶନ କରିବା ପରେ ରାହୁଲ ୧୦ କିଲୋମିଟରର ରୋଡ୍ ଶୋ କରିଥିଲେ ।

{"id":114794}

ସେହିପରି ଏପ୍ରିଲ ମାସ ୧୭ ତାରିଖରେ କେରଳର ବ୍ରହ୍ମଗିରି ପର୍ବତରେ ପୂଜାର୍ଚ୍ଚନା କରିଥିଲେ । ଏଥର ଉତ୍ତରପ୍ରଦେଶର ଆମେଥି ସହ କେରଳର ୱାୟାନାଡ଼ାରେ ମଧ୍ୟ ନିର୍ବାଚନ ଲଢୁଛନ୍ତି ରାହୁଲ । ତେଣୁ କେରଳର ଏହି ପ୍ରସିଦ୍ଧ ପୀଠକୁ ଖାଲି ପାଦରେ ଧୋତି ପିନ୍ଧି ପୂରା ହିନ୍ଦୁ ବେଶରେ ପହଞ୍ଚି ରୀତିନୀତି ଅନୁସାରେ ଭଗବାନ ବିଷ୍ଣୁଙ୍କ ପୂଜା କରିଥିଲେ ।ସେହିପରି ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିରକୁ ଯାଇ ରାହୁଲ ପ୍ରାର୍ଥନା କରିଥିଲେ । ରାହୁଲଙ୍କ ଏହି ଗସ୍ତ ସମୟରେ ତାଙ୍କ ସାଥିରେ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ।   

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେବଦେବୀ ଆରାଧନା ତ ସବୁବେଳେ ନିଆରା । ଯେଉଁ ଦେବଦେବୀ ପୀଠକୁ ଯାଆନ୍ତି ସେଠାକାର ପାରମ୍ପରିକ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରିବାକୁ ଭୁଲିନଥାନ୍ତି ମୋଦି । କେରଳ ତ୍ରିଭେନ୍ଦ୍ରମରେ ପଦ୍ମନାଭ ସ୍ବାମୀଙ୍କ ପୂଜାର୍ଚ୍ଚନା ହେଉ କି ପ୍ରୟାଗରାଜରେ ବୁଡ଼ ଆଉ ଗଙ୍ଗା ଆରତୀ ସବୁଠି ମୋଦିଙ୍କ ଆରାଧନା  ସ୍ବତନ୍ତ୍ର । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କୁମ୍ଭମେଳା ସମୟରେ ପ୍ରୟାଗରାଜରେ ବୁଡ଼ ପକାଇଥିଲେ ମୋଦି । ଗଙ୍ଗା ଦେବୀଙ୍କ କରୁଣା ଲାଭ କରିବା ପାଇଁ କରିଥିଲେ ଆରତୀ । ମାର୍ଚ୍ଚ ୮ ତାରିଖରେ ବାରାଣସୀର କାଶୀବିଶ୍ବନାଥ ମନ୍ଦିର କରିଡ଼ରର ଶୀଳାନ୍ୟାସ କରିବା ସମୟରେ ମୋଦିଙ୍କୁ ଦେଖିବାକୁ ମିଳିଥିଲା ଏମିତି ବେଶରେ ।

{"id":114797}

ସେହିପରି ବାରାଣସୀ ଆସନରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ କାଶୀ ବିଶ୍ବନାଥଙ୍କ ଦର୍ଶନ କରିଥିଲେ ମୋଦି। ଏହାସହ ଗଙ୍ଗା ଆଳତୀ ମଧ୍ୟ କରିଥିଲେ ।ଦେବୀ ଗଙ୍ଗାଙ୍କ ଡାକରାରେ ସେ କାଶୀକ୍ଷେତ୍ରକୁ ଆସିଥିବାର ବାରମ୍ବାର କରିଆସିଛନ୍ତି ମୋଦି । ଏଥରର ଗଙ୍ଗା ଆଳତୀ ବେଳେ ମୋଦିଙ୍କ ସାଥିରେ ଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

{"id":114799}

ସେହିପରି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ଏଥର ନିର୍ବାଚନ ବେଳେ ତାଙ୍କ ଭକ୍ତିଭାବ ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କଠାରୁ ତ ଦିଗବିଜୟ ଅଧିକ ଦୁଇ ପାଦ ଆଗେଇ ଯାଇଥିଲେ ।  ଧୁ ଧୁ ଖରାରେ କରିଥିଲେ ହୋମ ଯଜ୍ଞ । ଭୋପାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହଙ୍କ ପାଇଁ ହଠ ଯଜ୍ଞ କରିଥିଲେ ଚର୍ଚ୍ଚିତ କମ୍ପ୍ୟୁଟର ବାବା । ଏହି ଅଖଣ୍ଡ ଯଜ୍ଞରେ ରାଜ୍ୟର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗଦେଇ ଦିଗବିଜୟଙ୍କ ବିଜୟ କାମନା କରିଥିଲେ ।

{"id":114796}

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂଜାର୍ଚ୍ଚନା । ନିର୍ବାଚନୀ ମାହୋଲ ମଧ୍ୟରେ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ କାମନା କରିବାକୁ ଭୁଲିନଥିଲେ ଶାହା । ଏପ୍ରିଲ ୧୩ ତାରିଖରେ ବାରାଣସୀର ପ୍ରସିଦ୍ଧ କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

{"id":114798}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.