Operation Sindoor : ଆତଙ୍କୀ ଆଡ୍ଡାରେ ଏୟାରଷ୍ଟ୍ରାଇକ୍, ସେନାକୁ ପ୍ରଂଶସା କଲେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଂଶସା, ରାହୁଲ କହିଲେ ସେନା ପାଇଁ ଗର୍ବିତ…

Published By : Prameya-News7 Bureau | May 07, 2025 IST

ନୂଆଦିଲ୍ଲୀ ୦୭।୦୫: ପିଓକେରେ ଏୟାରଷ୍ଟ୍ରାଇକ୍‌ କରିଛି ଭାରତୀୟ ସେନା । ପାକିସ୍ତାନ ଓ ପାକିସ୍ତୀନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଇଣ୍ଡିଆନ୍‌ ଆର୍ମୀ । ଯେଉଁଥିରେ ୯୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବାର ମଧ୍ୟ ସୂଚନା ମିଳିଛି ।  ତେବେ ସେନାର ଏପରି ପରାକ୍ରମ ପରେ ଚାରୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ନେତା, ମନ୍ତ୍ରୀ, ଅଭିନେତା ଆଦି ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତୀୟ ସେନାକୁ ଶୁଭେଛା ଜଣାଇଛନ୍ତି । 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ଭାରତ ମାତା କି ଜୟ….

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ସେନାର ଏପରି ଆକ୍ସନ ପାଇଁ ଆମେ ଗର୍ବିତ. ଜୟ ହିନ୍ଦ୍‌

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ,ଜୟ ହିନ୍ଦ... ଜୟ ସେନା

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ, ମୋ ଦେଶ ଏବଂ ସେନା ପାଇଁ ମୁଁ ଗର୍ବିତ

  • Operation Sindoor
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.