Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଳିଦାନ ବନାମ ରାଜନୀତି : ବ୍ୟାଜ୍‌ ହଟାଇବାକୁ ଧୋନୀଙ୍କୁ ଆଇସିସିର ତାଗିଦ, ଧୋନୀ କିନ୍ତୁ ନାରାଜା

7/06/2019 at 6:16 PM

ତେଜିବାରେ ଲାଗିଛି ଧୋନୀଙ୍କ ଗ୍ଲୋଭ୍‌ସରେ ବଳିଦାନ ବ୍ୟାଜ୍‌କୁ ନେଇ ବିବାଦ । ଗୋଟିଏ ପଟେ ଧୋନି ଏହି ବ୍ୟାଜ୍‌କୁ ହଟାଇବାକୁ ରାଜି ହୋଇନଥିବା ବେଳେ ଆଇସିସି ଏଥିପାଇଁ ଧୋନିଙ୍କ ଉପରେ ଚାପ ପ୍ରୟୋଗ କରିବାରେ ଲାଗିଛି । ଏହାକୁ ନେଇ ତର୍କ ବିତର୍କ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଧୋନିଙ୍କୁ ସମର୍ଥନ କରିଛନ୍ତି ତାଙ୍କର ବହୁ ସଂଖ୍ୟକ ଫ୍ୟାନ୍‌ । ବୁଧବାର ସାଉଥ୍‌ମ୍ପଟନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଧୋନୀ ଗ୍ଲୋଭ୍‌ସରେ ବଳିଦାନ ବ୍ୟାଜ୍ ଲଗାଇ ୱିକେଟ କିପିଂ କରୁଥିବା ଦେଖାଯାଇଥିଲା ।…

ବଳିଦାନ ବନାମ ରାଜନୀତି। ମହେନ୍ଦ୍ର ସିଂହ ଧୋନିଙ୍କ ବଳିଦାନ ବ୍ୟାଜ୍‌କୁ ନେଇ ମୁହାଁମୁହିଁ ବିସିସିଆଇ ଓ ଆଇସିସି । ଭାରତୀୟ ସେନାର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଧୋନୀ ନିଜ ଗ୍ଲୋଭ୍‌ସରେ ଖଣ୍ଡା ଚିହ୍ନର ବଳିଦାନ ବ୍ୟାଜ୍‌ ଲଗାଇଥିଲେ । ଏହାକୁ ଗ୍ରହଣ କରିପାରି ନାହିଁ କ୍ରିକେଟ ଜଗତର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ- ଆଇସିସି ।

ଆଇସିସିର ନିୟମ ଅନୁସାରେ ଖେଳାଳି ମାନେ କୌଣସି ଧାର୍ମିକ କିମ୍ବା ସାମରିକ ଲୋଗୋର ପ୍ରଦର୍ଶନ କରିପାରିବେ ନାହିଁ । ତେଣୁ ଧୋନୀଙ୍କୁ ଏହି ବ୍ୟାଜ୍‌ ହଟାଇବାକୁ ପଡ଼ିବ ବୋଲି ଆଇସିସି ତାଗିଦ କରିଛି । ଅନ୍ୟପଟେ ବିସିସିଆଇର ଯୁକ୍ତି ବଳିଦାନ ବ୍ୟାଜ୍‌ରେ କୌଣସି ଧାର୍ମିକ କିମ୍ବା ବ୍ୟାବସାୟିକ ଲୋଗୋ ବ୍ୟବହାର କରାଯାଇନାହିଁ ।

ବିସିସିଆଇ ପରିଚାଳନା କମିଟି ମୁଖ୍ୟ ବିନୋଦ ରାୟ କହିଛନ୍ତି ଧୋନୀ ଏଥିପାଇଁ ବିସିସିଆଇ, ଆଇସିସି ନିକଟକୁ ଆଗରୁ ଚିଠି ଲେଖିସାରିଛନ୍ତି ।

ବଳିଦାନ ବ୍ୟାଜ୍‌ ହେଉଛି ସ୍ପେଶାଲ ଫୋର୍ସ ଦ୍ବାରା ବ୍ୟବହୃତ ସ୍ବତନ୍ତ୍ର ସିମ୍ବଲ୍‌ । ଏହା ପାରାଚ୍ୟୁଟ୍‌ ରେଜିମେଣ୍ଟର ପ୍ରତୀକ ଭାବେ ପ୍ରଦର୍ଶିତ ହୋଇଥାଏ । ଏଥିରେ ଦେବନାଗରୀ ଲିପିରେ ବଳିଦାନ ବୋଲି ଲେଖାଯାଇଥାଏ । ଏହାକୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରୁ ବ୍ୟବହାର କରାଯାଉଛି । ମହେନ୍ଦ୍ର ସିଂ ଧୋନୀ ପାରାଚ୍ୟୁଟ୍‌ ବ୍ରିଗେଡ୍‌ର ସଦସ୍ୟ । ସେ ଟେରିଟୋରିଆଲ୍‌ ଆର୍ମିର ଅନରାରୀ ଲେଫ୍‌ଟନାଣ୍ଟ କର୍ଣ୍ଣେଲ । ସେ ପାରାଚ୍ୟୁଟ୍‌ ଜମ୍ପିଂରେ ସ୍ବତନ୍ତ୍ର ଟ୍ରେନିଂ ମଧ୍ୟ ନେଇଛନ୍ତି ।…

ବିବାଦ ତେଜୁଥିବା ବେଳେ ପାକିସ୍ତାନ ଏଥିରେ ନାକ ପୁରାଇଛି । ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଟ୍ବିଟ କରି ଧୋନୀଙ୍କୁ ସମାଲୋଚନା କରିବା ସହ ଭାରତୀୟ ଗଣମାଧ୍ୟମ ଉପରେ ମଧ୍ୟ ହମଲା କରିଛନ୍ତି । ଆଉ  ପାକିସ୍ତାନର ଭଦ୍ରଲୋକି ଦେଖି ଭାରତର ସୋସିଆଲ ମିଡିଆ କଡ଼ାଭାଷାରେ ଫୱାଦଙ୍କୁ ସମାଲୋଚନା କରିଛି ।

ଗୋଟିଏ ପଟେ ଆଇସିସି ବ୍ୟାଜ୍‌ ହଟାଇବା ପାଇଁ ଜିଦ୍‌ ଧରିଛି ଧୋନୀ କିନ୍ତୁ ନାରାଜା । ଏପଟେ ସୋସିଆଲ ମିଡିଆରେ ଧୋନୀ ଏହି ବ୍ୟାଜ୍‌ ନହଟାଇବାକୁ ଦାବି ଜୋର୍‌ ଧରିଛି । ଆବଶ୍ୟକ ହେଲେ ଭାରତ ବିଶ୍ବକପ୍‌ ବୟକଟ୍‌ କରୁ କିନ୍ତୁ ବଳିଦାନ ବ୍ୟାଜ୍‌କୁ ଧୋନି ତାଙ୍କ ଗ୍ଲୋଭ୍‌ସରୁ ନ ହଟାନ୍ତୁ ବୋଲି ଫ୍ୟାନ୍‌ ମାନେ ସୋସିଆଲ ମିଡିଆରେ ଅପିଲ୍ କରିଛନ୍ତି ।…

   Related Posts