ରେଶମ ସହରର ବିଭିନ୍ନ ଜୁଆ ଆଡ୍ଡାରେ ପୋଲିସ ରେଡ୍, ବିପୁଳ ପରିମାଣର ଟଙ୍କା ଜବତ

Published By : Prameya-News7 Bureau | September 23, 2022 IST

ବ୍ରହ୍ମପୁର ୨୩/୦୯: ପାର୍ବଣରେ ଅପରାଧୀଙ୍କୁ ଚେକ୍ ଦେବାକୁ ପୋଲିସର ଅଭିଯାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବିଶେଷ କରି ଜୁଆ ଆଡ୍ଡା ଉପରେ ପୁଲିସ୍ ଏହି ଚଢାଉ କରିଛି ।

ଗୋପାଳପୁର ଥାନା ଅନ୍ତର୍ଗତ ଟାଟା କଲୋନୀ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଥିଲା । ଏହି ଚଢାଉରେ ୩୬,୩୫୦ ଟଙ୍କା, ତିନୋଟି ମୋବାଇଲ୍ ଫୋନ୍, ଦୁଇଟି ମୋଟରସାଇକେଲ ଜବତ କରାଯାଇଛି । ଘଟଣାରେ ୪ ଜଣ ଅଟକ ରଖିଛି ପୋଲିସ ।

wp:gallery {"linkTo":"none"} /wp:gallery

ସେହିଭଳି ଦିଗପହଣ୍ଡି ଥାନା ଅଞ୍ଚଳରେ ଆଉ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ଏଥିରୁ ମଧ୍ୟ ୧୧ ହଜାର ଟଙ୍କା ଜବତ ହେବା ସହ ୫ ଜଣ ଅଟକ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ ପି ଶ୍ରବଣ ବିବେକ ଏମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.