Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ଗାନ୍ଧୀନଗରରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଆରମ୍ଭ; ଆସନ୍ତାକାଲି ନାର୍କୋ ଟେଷ୍ଟ୍‌

9/02/2023 at 7:54 PM

ଭୁବନେଶ୍ୱର ୦୯/୦୨: ଆରମ୍ଭ ହେଲା ଗୋପାଳ ଦାସର ପଲୀଗ୍ରାଫ୍‌ ପରୀକ୍ଷା। ଗୁଜରାଟର ଗାନ୍ଧୀନଗରରେ ଥିବା ଫରେନ୍ସିକ୍‌ ସାଇନ୍ସ ନିର୍ଦ୍ଦେଶାଳୟରେ ଏହି ଅଭିଯୁକ୍ତର ଏହି ପରୀକ୍ଷା  କରାଯାଉଛି। ଅନ୍ୟପଟେ ଆସନ୍ତାକାଲି ବା ଫେବୃଆରୀ ୧୦ରେ ଗୋପାଳର ନାର୍କୋ ପରୀକ୍ଷା କରାଯିବ। ସୂଚନାଥାଉକି, ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଆଠ ଜଣିଆ ଟିମ୍ ଗୋପାଳଙ୍କୁ ନେଇ ଗୁଜୁରାଟ ଯାଇଥିଲେ।

ଗୋପାଳର ରିମାଣ୍ଡ ଅବଧି ସରିବା ପରେ କ୍ରାଇମବ୍ରାଞ୍ଚ ଅଧିକ ୫ ଦିନ ରିମାଣ୍ଡ ନେବାକୁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଜେଏମ୍ଏଫସି କୋର୍ଟ ଏହି ମାମଲାର ଶୁଣାଣି କରି ୫ଦିନ ଅଧିକ ରିମାଣ୍ଡ ଦେବାକୁ ଅନୁମତି ଦେଇଥିଲେ। ଏହାସହ ଗୋପାଳର ନାର୍କୋ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଥିଲେ ବୁଧବାର ପୁଣି ଜେଏମ୍ଏଫସି କୋର୍ଟରେ ରିମାଣ୍ଡ ଆବେଦନ ପାଇଁ ଦିନ ସାଢେ ୧୧ଟାରେ କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ କୋର୍ଟରେ ପହଂଚିଥିଲେ। ଦିନ:୩୦ରେ ଅଭିଯୁକ୍ତ ଗୋପାଳକୁ କୋର୍ଟରେ ହାଜର କରାଯାଇଥିଲା। ସକାଳେ ପୋଲିସ ଡ଼ିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ଆର କେ ଶର୍ମା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ଜିଲ୍ଲା ଏସପି ଗାନ୍ଧିଛକ ହତ୍ୟାକାଣ୍ଡ ସ୍ଥଳ ପରିଦର୍ଶନ କରିବା ସହ ଫାଣ୍ଡି ପରିଦର୍ଶନ କରି ଘଟଣାର ଛାନଭିନ କରିଥିଲେ। ଏହାପରେ ଏସପିଙ୍କ କାର୍ଯ୍ୟାଳୟରେ ଘଣ୍ଟାଏରୁ ଅଧିକ ସମୟ ରୁଦ୍ଧଦ୍ୱାର ବୈଠକ କରି ନବଦାସ ହତ୍ୟାକାଣ୍ଡର ସବୁ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଏହି ଘଟଣାର ତଦନ୍ତକୁ ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ହତ୍ୟାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ପରେ ସେ ଅଭିଯୁକ୍ତ ଗୋପାଳକୁ ଦ୍ୱିତୀୟ ବାଟାଲିଅନ ପରିସରରେ ଭେଟି ତା ବୟାନ ରେକର୍ଡ କରିବା ସହ ତଦନ୍ତର ଅଗ୍ରଗତି ପାଇଁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡ଼ିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଝାରସୁଗୁଡାରେ ପୋଲିସ ଡିଜି ଓ ଅନ୍ୟ ଦୁଇ ଅତିରିକ୍ତ ଡିଜି ପହଞ୍ଚିବା ପରେ ପୁରା ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

 

 

 

 

 

   Related Posts