ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ନିଆଯାଇଛି ନୀତିଗତ ନିଷ୍ପତ୍ତି; କିନ୍ତୁ ସରକାରୀ ସ୍ତରରେ ହେଉନି କାର୍ଯ୍ୟକାରୀ

9/08/2022 at 8:24 PM

କଟକ ୦୯/୦୮: ଡାକ୍ତରୀଠାରୁ ଆରମ୍ଭ କରି ଇଞ୍ଜିନିୟରିଙ୍ଗ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମରେ ପାଠ୍ୟକ୍ରମରେ ଆଞ୍ଚଳିକ ଭାଷାର ପ୍ରୟୋଗ ପାଇଁ ନୀତିଗତ ଭାବେ ନିଷ୍ପତ୍ତି ହୋଇସାରିଛି। ହେଲେ ସରକାରୀ କାର୍ଯ୍ୟ କିମ୍ବା ଅଦାଲତି କାର୍ଯ୍ୟରେ ଆଞ୍ଚଳିକ ଭାଷାର ସେତେଟା ପ୍ରୟୋଗ ହେଉନାହିଁ। ଯାହାକୁ ନେଇ ରାଷ୍ଟ୍ରଭାଷା ସଂସଦୀୟ କମିଟିର ଉପାଧ୍ୟକ୍ଷ ଭର୍ତ୍ତୃହରି ମହତାବ କ୍ଷୋଭ ପ୍ରକାଶ କରିଛନ୍ତି। ସେପଟେ କଂଗ୍ରେସ ଅଭିଯୋଗ କରିଛି, ଅମଲାତନ୍ତ୍ରୀ ମାନଙ୍କର ଚକ୍ରାନ୍ତ ପାଇଁ ରାଷ୍ଟ୍ରଭାଷାର ଗୁରୁତ୍ତ୍ୱ କମିଛି। କିନ୍ତୁ କଂଗ୍ରେସ ଶାସନ ସମୟରେ ସେପରି ହେଉନଥିଲା। 

ପ୍ରଜାତନ୍ତ୍ରର ୭୫ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରଭାଷା ବ୍ଯବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। କାରଣ ରାଷ୍ଟ୍ରଭାଷା ସଂସଦୀୟ କମିଟିର ଅଧ୍ୟକ୍ଷ ଅଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ଉପାଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ସାଂସଦ ଭର୍ତ୍ତୃହରି। ଭର୍ତ୍ତୃହରି କହିଛନ୍ତି  ‘’ସମୟ ଅନୁସାରେ ଡାକ୍ତରୀ, ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ଆଞ୍ଚଳିକ ଭାଷାର ପ୍ରୟୋଗ ପାଇଁ ନୀତିଗତ ଭାବେ ନିଷ୍ପତ୍ତି ହୋଇସାରିଛି। କିନ୍ତୁ ସରକାରୀ କାର୍ଯ୍ୟ ଏବଂ ଅଦାଲତି କାମରେ ଆଞ୍ଚଳିକ ଭାଷାର ସେଭଳି ପ୍ରୟୋଗ ହୋଇପାରୁନାହିଁ ।

ଗତ ସେପ୍ଟେମ୍ବରରେ କମିଟିର ଶେଷ ବୈଠକ ହୋଇଥିଲା ।  ଏହା ମଧ୍ୟରେ କମିଟି ୧୦ଟି ରିପୋର୍ଟ୍ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିସାରିଛି। ହେଲେ ସେଭଳି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନିଆ ଯାଇନଥିବାରୁ ଭର୍ତ୍ତୃହରି ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ସୌରାଷ୍ଟ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ହେଲେ ଏ ପ୍ରସଙ୍ଗରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେବି, ରାଜ୍ୟରେ ସରକାରୀ ଭାବେ ଓଡ଼ିଆ ଭାଷାର ବ୍ୟବହାର ହୋଇପାରିନାହିଁ।

   Related Posts