ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପୁଲଓ୍ବାମାରେ ଯବାନଙ୍କୁ ଘର ଆଗରେ ଗୁଳିମାଡ କଲେ ଆତଙ୍କବାଦୀ, ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର

19/12/2021 at 9:13 PM

ଶ୍ରୀନଗର ୧୯/୧୨ : ଜାମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ପୁଲଓ୍ବାମାରେ ଜଣେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି ଆତଙ୍କୀ । ବାନ୍ଦଜୁ ଅଞ୍ଚଳରେ ଗୁଳିମାଡ ହୋଇଥିବା ନେଇ ସୂଚନା ମିଳିଛି । ଗୁଳିମାଡ ହୋଇଥିବା ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କାଶ୍ମୀର ଜୋନ ପୋଲିସ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି । ପୋଲିସ କହିବା ମୁତାବକ, ‘ଆତଙ୍କବାଦୀମାନେ ମୁସ୍ତାକ ଅହମ୍ମଦ ନାମକ ଜଣେ ପୋଲିସକର୍ମୀଙ୍କୁ ଗୁଳିମାଡ ହୋଇଛି । ମୁସ୍ତାକଙ୍କ ଘର ନିକଟରେ ହିଁ ତାଙ୍କୁ ଗୁଳିମାଡ କରାଯାଇଛି । ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି’ ।

ସୂଚନାଯୋଗ୍ୟ, ରନିବାର ସନ୍ଧ୍ୟାରେ ଶ୍ରୀନଗରର ହରୱାନ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛି । ପୋଲିସର ସୂଚନାନୁସାରେ, ନିକଟରେ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ସମେତ ଏମାନେ ବହୁ ଅପରାଧରେ ସଂପୃକ୍ତ ଥିଲେ ।

ବାନ୍ଦେପୋରାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ହରଓ୍ବାନରେ ସିଲ୍‌ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀମାନେ ପ୍ରଥମେ ସେନା ଯବାନଙ୍କ ଉପରେ ଗୁଳିମାଡ କରିଥିଲେ । ଜବାବରେ ଭାରତୀୟ ସେନା ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ପୋଲିସର ଜରେ ମୁଖପାତ୍ର କହିଛନ୍ତି, “ରବିବାର ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀଙ୍କ ଉପସ୍ଥିତି ବାବଦରେ ଜଣାପଡିଥିଲା । ସେମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା କିନ୍ତୁ ପ୍ରଥମେ ସେମାନେ ଗୁଳିଚାଳନା କରିଥିଳେ । ବାଧ୍ୟ ହୋଇ ସେନା ପକ୍ଷରୁ ଜବାବ ଦିଆଯାଇଥିଲା” ।

   Related Posts