ସ୍ମାର୍ଟ ଓ ଫିଟ୍ ସହ ମିଷ୍ଠ ଭାଷୀ ହେବ ପୋଲିସ୍, ଡିସିପିଙ୍କ ନିର୍ଦ୍ଦେଶରେ ପାରାମିଟର ଚେକ୍

Published By : Prameya-News7 Bureau | November 17, 2023 IST

ବାରଙ୍ଗ ୧୭/୧୧: ସାବଧାନ୍‌ । ଚାଲିଛି ଚେକିଂ । ତେବେ ଏହା ଗାଡି ଚେକିଂ, ପଲ୍ୟୁସନ ଚେକିଂ ନୁହେଁ । ବରଂ ଚାଲିଛି ପୋଲିସ ଫିଟ୍‌ନେସ୍ ଚେକ୍ । ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ହଠାତ୍ ଦେଖିବାକୁ ମିଳିଲା ସାବଧାନ ବିଶ୍ରାମ ପୋଜିସନରେ ନଜର ଆସିଥିଲେ ପୋଲିସ୍ କର୍ମୀ ।

ଆଉ ଏହି ସାବଧାନ ଅବସ୍ଥାରେ ଠିଆ ହୋଇଥିବା ସମସ୍ତ କର୍ମୀଙ୍କୁ ଡିସିପି ଦେଇଥିବା ଗୁରୁମନ୍ତ୍ର ଦେଇଥିଲେ ଆଡ଼ିସନାଲ୍ ଡିସିପି ବାନାମ୍ବର ସେଠୀ । ପୋଲିସ୍ ୟୁନିଫର୍ମ ଚେକ୍, ଥାନା ପରିଷ୍କାର ପରିଚ୍ଛନ୍ନ ସହ ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ଓ ସେମାନଙ୍କ ସମସ୍ୟାର କିପରି ଶୀଘ୍ର ସମାଧାନ ହୋଇପାରିବ ସେ ନେଇ ଦିଆଯାଇଥିଲା ଟ୍ରେନିଂ ।

ସ୍ମାର୍ଟ ଓ ଫିଟ୍ ସହ ମିଷ୍ଠ ଭାଷୀ ହେବାକୁ ପ୍ରତିଟି ପୋଲିସ କର୍ମୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । କହିବାକୁ ଗଲେ କମିଶନ ରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଲୋକଙ୍କ ଆହୁରି ନିକଟତର ହେବାକୁ ଯୋଜନା କରୁଛନ୍ତି ଡିସିପି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଚାଲିଛି ସରପ୍ରାଇଜ୍ ଚେକିଂ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.