ନାର୍କୋ ଟେଷ୍ଟକୁ ବିରୋଧ କଲେ ଅନୁପଙ୍କ ଓକିଲ , ରାୟଗଡ଼ ପୋଲିସ୍ ସତ ଓଗାଳିବାକୁ ଲଗାଇଛି ସବୁ ଜୋସ୍

Published By : Prameya-News7 Bureau | February 21, 2020 IST

ରାୟଗଡ଼ ୨୧/୨: କଳ୍ପନା ଦାସ ଓ ତାଙ୍କ ଝିଅ ବବ୍‌ଲି ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଚଳାଇଛି ରାୟଗଡ଼ ପୋଲିସ ।ତେବେ ଅନୁପଙ୍କ ନାର୍କୋ ଟେଷ୍ଟ ଆବେଦନକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାରୀ ଓକିଲ ଓ ଅନୁପଙ୍କ ଓକିଲ | ତେବେ ରାୟଗଡ଼ ପୋଲିସ ନାର୍କୋ ଟେଷ୍ଟ ଉପରେ ବେଶୀ ଜୋର୍‌ ଦେଇଛି ।

{"id":227239,"sizeSlug":"large"}

କଲ୍ପନା ଦାସ ଓ ବବ୍‌ଲି ହତ୍ୟା ମାମଲାରେ ସବୁ ଲିଙ୍କ୍‌ ଯୋଡିବାକୁ ଚେଷ୍ଟା କରୁଛି ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡ୍‌କୁ ଜବତ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ଛତିଶଗଡ଼ର ଏକାଧିକ ପୋଲିସ ଟିମ୍‌ ଓଡ଼ିଶା ଆସି ବିଭିନ୍ନ ସ୍ଥାନରେ ତଦନ୍ତ କରିବା ସହ ଏହି ହତ୍ୟାକାଣ୍ଡରେ ଅଧିକ ଲୋକ ସାମିଲ ଥିବା ସନ୍ଦେହ କରୁଛି। ହତ୍ୟାକାଣ୍ଡ ପୂର୍ବଦିନ ମୃତ କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀ ଦାସ ଝାରସୁଗୁଡ଼ାରେ ଏକ ହୋଟେଲରେ ରହିଥିବା ରାୟଗଡ଼ ପୋଲିସ ପ୍ରମାଣ ପାଇଛି । ପୋଲିସ ଗତ ବୁଧବାର ଠାରୁ ଇନୋଭା ଗାଡ଼ିକୁ ନିଜ କବଜାକୁ ନେଇସାରିଛି। କିନ୍ତୁ ବୋଲେରୋର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ରାୟଗଡ଼ ପୋଲିସ ।ଆଜି ଦ୍ବିତୀୟ ଦିନରେ ଦିନ ମଧ୍ୟ ମାରାଥନ ଜେରା ହୋଇଛି | ଡ୍ରାଇଭର ବର୍ଦ୍ଧନ ଟପ୍ପୋର ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲ ପଠାଇ ଦିଆଯାଇଛି | ଅନୁପଙ୍କ ନାର୍କୋ ଟେଷ୍ଟ ସଂପର୍କରେ କୋର୍ଟରେ ଶୁଣାଣି ହେବାର ଥିଲେ ମଧ୍ୟ ତାହା ଶୁଣାଣି ଘୁଞ୍ଚାଇ ଦିଆଯାଇଛି ।କିନ୍ତୁ ଅନୁପଙ୍କ ଓକିଲ କହିଛନ୍ତି ନାର୍କୋ ଟେଷ୍ଟ ସଂପର୍କିତ କୌଣସି ଆବେଦନ ପୋଲିସ କରିନାହିଁ |

{"id":227240,"sizeSlug":"large"}

ବିଳାସପୁର ରେଞ୍ଜ ଆଇଜି ଦିପାଂଶୁ କାବ୍ରା ନିଜେ ଜେରା କରିବାକୁ ରାୟଗଡ଼ରେ ପହଞ୍ଚି ସମସ୍ତ ସ୍ଥିତିର ତଦାରଖ କରି ରାୟଗଡ଼ ପୋଲିସକୁ ସାବାସୀ ଦେଇଛନ୍ତି | ସେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ନିକଟରେ ଯଥେଷ୍ଟ ପ୍ରମାଣ ଥିବା କହିଛନ୍ତି | ତେବେ ନାର୍କୋଟେଷ୍ଟ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି | ଅନ୍ୟପକ୍ଷରେ ଛତିଶଗଡ଼ ପୋଲିସ ୨୦୧୭ରୁ ଏହି ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କ ଲିଙ୍କ୍‌ ସଂପର୍କରେ ଜାଣି ସାରିଥିଲା ।କିନ୍ତୁ ଗିରଫଦାରୀରେ ବିଳମ୍ବ ପ୍ରମାଣ ନଷ୍ଟରେ ସହାୟକ ହେଲା ବୋଲି କହିଛନ୍ତି କେତେ ଆଇନଜୀବୀ ।ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରାଯିବାକୁ ସେମାନେ ଦାବି କରିଛନ୍ତି।

{"id":227241,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.