ଜବତ SUV କାର୍‌ରେ ଅୟସ୍ କରିବା ପୋଲିସକୁ ଦେଲା ଟେନ୍‌ସନ୍‌ , କାର୍ ଭିତରୁ ୩ ଘଣ୍ଟା ଯାଏଁ ବାହାରିପାରିଲେନି ତିନି ପୋଲିସ

Published By : Prameya-News7 Bureau | March 05, 2020 IST

ଲକ୍ଷ୍ମୌ ୦୫।୦୩: ମହଙ୍ଗା ପଡିଲା ଜବତ କାର୍‌ରେ ବୁଲିବା । ଜବତ ହୋଇଥିବା କାର୍‌କୁ ନେଇ ବୁଲୁଥୁଲେ ପୋଲିସ କର୍ମଚାରୀ । ଗାଡି ମାଲିକ ନିଜ କାର୍‌ର ଅପବ୍ୟବହାର ହେଉଥିବା ମନେ କରି କାର୍‌ଟିକୁ ଟ୍ରାକ୍‌ କରି ଗ୍ଲୋବାଲ ପୋଜିସନ୍‌ ସିଷ୍ଟମ୍ (GPS)ର ବ୍ୟବହାର କରି ଲକ୍‌ କରିଦେଲେ । କାର୍ ଡୋର ଫିଟିଲାନି କି ବାହାରିପାରିଲେନି ପୋଲିସ କର୍ମଚାରୀ ।   ୩ ଘଣ୍ଟା କାର୍‌ ଭିତରେ ଫସି ରହିଲେ ୩ ପୋଲିସ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ୧୪୩କିମି ଦୂରରେ ଥିବା ଲାଖୀପୁର ଖେରୀ ଜିଲ୍ଲାରେ ଘଟିଛି ଏହିପରି ଘଟଣା ।

ବୁଧବାର ଦିନ ଦୁଇ ଦଳ ମଧ୍ୟରେ ବିବାଦ ହୋଇଥିଲା । ଯାହାଫଳରେ କି ସ୍ଥାନୀୟ ପୋଲିସ ଏକ ୨୦୧୮ ମଡେଲ୍‌ର ଏସୟୁଭି କାର୍‌ ଜବତ କରିଥିଲା । ଏବଂ ଗାଡିଟି ଯାଞ୍ଚ ପାଇଁ ଲକ୍ଷ୍ମୀପୁର ଖେରୀ ଜିଲ୍ଲାକୁ ନେଇଯାଇଥିଲା । କିନ୍ତୁ କାର୍‌ଟି ଥାନାକୁ ଯିବା ପରିବର୍ତ୍ତେ କାର୍‌ରେ ବୁଲୁଥିଲେ ବୋଲି ଗାଡି ମାଲିକ ମନେ କରିଥିଲେ । ଶେଷରେ ଗାଡି ମାଲିକ ବାଧ୍ୟ ହୋଇ କାର୍‌କୁ ଟ୍ରାକ କରି ଲକ୍‌ ପକାଇଦେଇଥିଲେ । ଗାଡିଟି ଲକ୍‌ ପଡିବା ଦ୍ବାରା ୩ ଘଣ୍ଟା ଧରି ଫସିରହିଥିଲେ ଜଣେ ସବ୍‌-ଇନ୍ସପେକ୍ଟର ଏବଂ ଦୁଇ କନେଷ୍ଟବଳ ।  ସେପଟେ ନିଜ ଗାଡିର ଅପବ୍ୟବହାର ହୋଇଥିବା ଅଭିଯୋଗ ଆଣିଛନ୍ତି ଗାଡି ମାଲିକ । ଗାଡିର ଅପବ୍ୟବହାର ନେଇ ଲକ୍ଷ୍ନୌ ଥାନାରେ ଅଭିଯୋଗ କରାଯାଇଛି ।

ଗାଡି ମାଲିକଙ୍କ ଅଭିଯୋଗକୁ ନେଇ ଲକ୍ଷ୍ନୌ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ ଜାରି କରାଯାଇଛି ।  ଘଟଣାର ଯାଞ୍ଚ ପାଇଁ ଷ୍ଟେସନ ହାଉସ ଅଫିସର  ଗୋମଟିନଗର (SHO), ପ୍ରଶଂସା କୁମାର ସିଂଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି । ସତ୍ୟାସତ୍ୟ ଆସିବା ପରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.