Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଡାଏରୀ ଖୋଲିବ କି ଡେଥ୍ ମିଷ୍ଟ୍ରି ? ପୋଲିସ ହାତରେ ଲାଗିଲା ଶ୍ବେତାଙ୍କ ଡାଏରୀ

25/08/2022 at 3:23 PM

ଭୁବନେଶ୍ବର ୨୫।୮: ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା କୁମାରୀ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ । ପୋଲିସର ହସ୍ତଗତ ହେଲା ଶ୍ବେତାଙ୍କ ଡାଏରୀ । ଡାଏରୀରେ ଶ୍ବେତା ଓ ସୌମ୍ୟଜିତଙ୍କ ସମ୍ପର୍କକୁ ନେଇ ଲେଖା ହୋଇଛି । ଦୁହିଁଙ୍କ ମଧ୍ୟରେ ଝଗଡା ଚାଲିଥିବା ବେଳେ ଶ୍ବେତା ଏହା ଲେଖିଥିବା ଜଣାପଡିଛି । ସୌମ୍ୟଜିତ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି । ସୌମ୍ୟଜିତ ବହୁତ ନମ୍ର । ସେ ମୋତେ ଓ ମୋ ପରିବାରକୁ ସମ୍ମାନ ଦେବେ । ଭଗବାନ ଆମ ଦୁହିଁଙ୍କ ସମ୍ପର୍କଙ୍କୁ ବଞ୍ଚାଇ ରଖନ୍ତୁ ଏବଂ ଆଶୀର୍ବାଦ କରନ୍ତୁ । ପୂର୍ବ ଅପେକ୍ଷା ଆମ ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ ବୋଲି ଲେଖିଛନ୍ତି ଶ୍ବେତା । ଦିନକୁ ଦିନ ସୌମ୍ୟଜିତ ମୋତେ ଅଧିକରୁ ଅଧିକ ଭଲ ପାଉଛନ୍ତି ଆଉ ଆମ ସମ୍ପର୍କ ଆହୁରି ମଜବୁତ ହେଉଛି । ଭଗବାନ ଆମ ସବୁ ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ବେତା ତାଙ୍କ ଡାଏରୀରେ ଲେଖିଛନ୍ତି ।

   Related Posts