ରାକେଶ ଟିକାୟତଙ୍କୁ ହେପାଜତରେ ନେଲା ପୋଲିସ; କୃଷକ ନେତା କହିଲେ: ଆରମ୍ଭ ହେବ ନୂଆ କ୍ରାନ୍ତି
21/08/2022 at 5:51 PM

ନୂଆଦିଲ୍ଲୀ ୨୧/୦୮: ଲକ୍ଷିମପୁର ଖେରିରୁ ଦିଲ୍ଲୀକୁ ଆସୁଥିବା କୃଷକନେତା ରାକେଶ ଟିକାୟତଙ୍କୁ ପୋଲିସ ହେପାଜତରେ ନେଇଛି। ଏନେଇ ରାକେଶ ଟିକାୟତ ଟୁଇଟ୍ କରି ସୂଚନା ଦେଇଛନ୍ତି। ସରକାରଙ୍କ ଇଶାରାରେ କାମ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦବେଇପାରିବ ନାହିଁ ବୋଲି ରାକେଶ କହିଛନ୍ତି। ଟିକାୟତ ଆହୁରି କହିଛନ୍ତି ଏହି ସଂଘର୍ଷ ଶେଷ ନିଶ୍ୱାସ ଥିବା ଯାଏଁ ଚାଲିବ
ଖବର ଅନୁସାରେ ରାକେଶ ଟିକାୟତ ତାଙ୍କ ସମର୍ଥକମାନଙ୍କ ସହିତ ଦିଲ୍ଲୀ ଯିବାକୁ ଚାହୁଁଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ସେମାନଙ୍କୁ ଅନୁମତି ଦେଇନଥିଲେ। ଫଳରେ ସେମାନେ ରାଜରାସ୍ତା ଉପରେ ବସି ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କୁ ଏସିପି ପୋଲିସ କାର୍ଯ୍ୟାଳୟକୁ ନେଇଯାଇଛନ୍ତି।
सरकार के इशारे पर काम कर रही दिल्ली पुलिस किसानों की आवाज को नहीं दबा सकती। यह गिरफ्तारी एक नई क्रांति लेकर आएगी।
— Rakesh Tikait (@RakeshTikaitBKU) August 21, 2022
यह संघर्ष अंतिम सांस तक जारी रहेगा।#ना रुकेंगे #ना थकेंगे #ना झुकेंगे।@CPDelhi@ani@PTI_News pic.twitter.com/gw4WnFkZHM
ରାକେଶ ଟିକାୟତ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି କଣ ଦିଲ୍ଲୀକୁ କୃଷକମାନଙ୍କ ପ୍ରବେଶ ବାରଣ କରା ଯାଇଛି? ସବୁଜ ଗାମୁଛା, ଓ ଚଦର ପକାଇ କଣ କେହି ଦିଲ୍ଲୀକୁ ଯାଇପାରିବେ ନାହିଁ ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି। ରାକେଶ ସେହି ଭିଡିଓରେ କହିଛନ୍ତି ବେକାରି ସମସ୍ୟା ପାଇଁ ଜନ୍ତରମନ୍ତରରେ ହେଉଥିବା ଏକ ଆନ୍ଦୋଳନକୁ ଆମେ ଯାଉଥିଲୁ। ବେକାରି ସମସ୍ୟାକୁ ନେଇ ସେଠାରେ ଆନ୍ଦୋଳନ ହେଉଥିଲା। ନା ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ଥିଲା। ନା ସେଠାରେ ମୋର କୌଣସି ବ୍ୟାନର ରହିଥିଲା।