ପୋଲିସ-ଜନତା ମୁହାଁମୁହିଁ : ଗିରଫ କରିବାକୁ ଆସିଥିବା ବେଳେ ଉତ୍ତେଜନା, ୪ ପ୍ଲାଟୁନ ଫୋର୍ସ ମୁତୟନ

Published By : Prameya-News7 Bureau | December 08, 2020 IST

ବରଗଡ଼ ୦୮।୧୨: ପୋଲିସ ଓ ଜନତା ମୁହାଁମୁହିଁ । ବରଗଡ଼ ଜିଲ୍ଲା ଭେଡେନ୍‌ ଥାନା ବୁର୍ଦ୍ଦା ଗାଁର ଘଟଣା । ପୂର୍ବ ଏକ ମାମଲାରେ କିଛି ଲୋକଙ୍କୁ ଗିରଫ କରିବା ବେଳେ ଏପରି ବିବାଦୀୟ ପରିସ୍ଥିତି ଦେଖାଦେଇଛି । ଗ୍ରାମାବାସୀମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପୋଲିସକୁ ପଡିଛି ।

{"id":374520,"sizeSlug":"large"}

ଖବର ଅନୁଯାୟୀ, କିଛି ଦିନ ତଳେ ବୁର୍ଦ୍ଦା ଗାଁର ଲିଙ୍ଗରାଜ ନାଏକଙ୍କ ପୁଅ ଗିରିଧରି ନାଏକଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ବିଳମ୍ବ ନେଇ ଗ୍ରାମବାସୀ ଭେଡେନ ଥାନା ଘେରାଉ କରିଥିଲେ । ସେହି ସମୟରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ  ହୋଇଥିଲେ । ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ ମଧ୍ୟ କରିଥିଲେ । ଗାଁଲୋକଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଥିିଲା । ସେହି ଘଟଣାରେ କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପାଇଁ ଗାଁରେ ପହଞ୍ଚିବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁୟତନ କରାଯାଇଛି ।

{"id":374522,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୮ ତାରିଖ ଦିନ ଗିରିଧାରୀ ଓରଫ ଜିତୁ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ଭେଡେନ ଥାନା ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ପରେ ବହୁ ଖୋଜାଖୋଜି ପରେ ଜିତୁଙ୍କ କ୍ଷତ ବିକ୍ଷତ ଶବକୁ ତାଙ୍କ ଖଳାରେ ଉଦ୍ଧାର କରାଯାଇଥିଲା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଜିତୁଙ୍କ ପରିବାର ଲୋକ ତାଙ୍କର ପ୍ରେମ ସଂପର୍କ ଥିଲା ବୋଲି ଜଣାବାକୁ ପାଇଥିଲେ । ସେହି ଗାଁର ଏକ ଝିଅ ସହିତ ପ୍ରେମ ସଂପର୍କ ହୋଇଥିଲା ।

{"id":374523,"sizeSlug":"large"}

ଝିଅ ଘରର ଲୋକେ ଜିତୁ ହତ୍ୟାରେ ସଂପୃକ୍ତି ନେଇ ନେଇ ପରିବାର ପକ୍ଷରୁ ଭେଡେନ୍‌ ପୋଲିସକୁ ସୂଚନା ଦିଆଯାଇଥିଲା । କିନ୍ତୁ ପୋଲିସର ତଦନ୍ତ ଶିଥିଳ ପଡିଥିବା ନେଇ ପରିବାର ଲୋକ ଏସ୍‌ପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ନ୍ୟାୟ ଦାବିରେ ପରିବାର ଲୋକ ଗତ ୧୭ତାରିଖ ଦିନ ଥାନାରେ ଆଣରଣ ଅନଶନରେ ବସିଥିଲେ । ଅନଶନକୁ ହଟାଇବା ପାଇଁ ପୋଲିସ ଓ ଗାଁଲୋକେ ମୁହାଁମୁହିଁ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.