ଭୁଲ୍ ଇଞ୍ଜେକ୍ସନ ଦେବାରୁ ୨ ଗୋରୁ ମୃତ, ନକଲି ପଶୁ ଚିକିତ୍ସକକୁ ଉଠାଇନେଲା ପୋଲିସ୍

Published By : Prameya-News7 Bureau | April 23, 2022 IST

ଆନନ୍ଦପୁର, ୨୩/୦୪: ମୟୁରଭଞ୍ଜ ଜିଲ୍ଲାରେ କ୍ୱାକ୍‌ ଦ୍ବାରା ମଣିଷକୁ ପଶୁ ଇଞ୍ଜେକ୍ସନ୍ ଦେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନକଲି ପଶୁ ଚିକିତ୍ସକଙ୍କ ଦ୍ବାରା ଭୁଲ୍ ଚିକିତ୍ସା କାରଣରୁ ଦୁଇଟି ଗରୁଙ୍କ ଜୀବନ ଯାଇଛି । ଅଭିଯୋଗ ପରେ ଏବେ ନକଲି ପଶୁଚିକିତ୍ସକକୁ ଉଠାଇଆଣି ପୋଲିସ୍ ପଚାରା ଉଚାରା ଚଳାଇଛି ।

ଆନନ୍ଦପୁର କଣ୍ଟାପାଳ ଗାଁର ବାଇନ ନାହକ ଗୋରୁଙ୍କ ଅସୁସ୍ଥତା ଯୋଗୁଁ ବିରକିଶୋର ଦାସଙ୍କୁ ଡକାଇଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଗାଁ ଗାଁ ବୁଲି ଗୋରୁ ଗାଈଙ୍କ ଚିକିତ୍ସା କରୁଥିବା ଓ ନିଜ ମୋଟର ସାଇକେଲରେ ମଧ୍ୟ ପଶୁଚିକିତ୍ସା ବିଭାଗର ସିମ୍ବଲ ଲଗାଇଥିବାରୁ ବାଇନ ତାଙ୍କ ଉପରେ ଭରଷା କରିଥିଲେ । ହେଲେ ୪ଟି ଇଞ୍ଜେକ୍ସନ ଲଗାତାର ଦେବାପରେ ଗାଈଟି ଆହୁରି ଅସୁସ୍ଥ ହୋଇ ମରିଯାଇଥିଲା । ବିରକିଶେର ତାଙ୍କ ଠାରୁ ଏ ବାବଦରେ ୪ ହଜାର ଟଙ୍କା ନେଇଥିବା ଅଭିଯେଗ ହୋଇଛି । ସମାନ ଭାବେ ଗ୍ରାମର ଖିଲାର ସାହିର ଜଗନ୍ନାଥ ବାରିକ ଗାଈକୁ ମଧ୍ୟ ଚିକିତ୍ସା କରିଥିଲେ ବିରକିଶେର । ଗତକାଲି ରିତିରେ ସେ ଗାଈଟି ମଧ୍ୟ ମରିଯାଇଛି । ବିରକିଶୋରଙ୍କ ବିରୋଧରେ ବାଇନ ଥାନାରେ ଅଭିଯେଗ କରିବାପରେ ପୋଲିସ୍ ବିରକିଶୋରକୁ ଉଠାଇଆଣି ଅଟକ ରଖି ତଦନ୍ତ ଚଳାଇଛି । ମୃତ ଗାଈଙ୍କ କ୍ଷତିପୂରଣ ଦାବି କରିଛନ୍ତି ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.