ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
10/12/2022 at 2:22 PM

ଭୁବନେଶ୍ୱର ୧୦/୧୨: ଭୁବନେଶ୍ୱର ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟଙ୍କ ଅନୁମତି ପରେ ଇଡିକୁ ତଥ୍ୟ ପ୍ରଦାନ କଲା ଖଣ୍ଡଗିରି ପୋଲିସ । ଖଣ୍ଡଗିରି ଥାନାର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ତଥ୍ୟ ଗ୍ରହଣ କଲେ ଇଡି ଅଧିକାରୀ । ଖଣ୍ଡଗିରି ଥାନା ପୋଲିସ ଜବତ କରିଥିବା ସାମଗ୍ରୀ ଏବେ ଫୋରେନସିକ୍ ଲ୍ୟାବରେ ରହିଛି ।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫରେନସିକ୍ ଲ୍ୟାବରେ ଅଛି ହାର୍ଡଡିକ୍ସ, ଲାପଟପ, ପେନଡ୍ରାଇଭ ଓ ମୋବାଇଲ । ଫୋରେନସିକ୍ ଲ୍ୟାବରେ ଥିବା ସାମଗ୍ରୀ ପାଇବା ପାଇଁ କୋର୍ଟରେ ଆବେଦନ କରିଛି ଇଡି । ସେପଟେ ୭ଦିନିଆ ରିମାଣ୍ଡରେ ଥାଇ କିଛି ଗୁମର ଖୋଲୁନାହାଁନ୍ତି ଅର୍ଚ୍ଚନା । ଇଡି ଯେତେ ଜେରା କଲେ ବି କିଛି କହୁନାହାଁନ୍ତି ଅର୍ଚ୍ଚନା । ଯାହା ଏବେ ଇଡି ପାଇଁ ବଡ ମୁଣ୍ଡବଥାର କାରଣ ପାଲଟିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023