ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ସବ୍-ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା, ସର୍ଭିସ୍ ବନ୍ଧୁକରୁ ନିଜକୁ କଲେ ଗୁଳି

20/12/2020 at 4:24 PM

ପାଟଣା ୨୦/୧୨ : ବିହାରର ଔରଙ୍ଗାବାଦ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ରବିବାର ସକା​‌ଳେ ଜଣେ ସବ୍-ଇନ୍ସ୍‌ପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସବ୍-ଇନ୍ସ୍‌ପେକ୍ଟରଜଣକ ପୋଲିସ ଷ୍ଟେସନସ୍ଥିତ ନିଜ ସରକାରୀ ବାସଭବନରେ ହିଁ ସର୍ଭିସ ବନ୍ଧୁକରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

ତେବେ ଗୁଳି ଫୁଟିବା ଶବ୍ଦ ଶୁଣି ଅନ୍ୟ ପୋଲିସକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକ ପୋଲିସ ଅଧିକାରୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଦେଖିଥିଲେ । ବର୍ତ୍ତମାନ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକ ସବ୍-ଇନ୍ସ୍‌ପେକ୍ଟରଙ୍କ ପରିଜନଙ୍କୁ ଘଟଣାବାବଦରେ ସୁଚନା ଦିଆଯାଇଛି ।

ଘଟଣାଟି ଔରଙ୍ଗାବାଦର ଅମ୍ବା ଥାନାର । ରବିବାର ସକାଳୁ ଏସଆଇ ଜିତେନ୍ଦ୍ର ସିଂହ ନିଜ ସରକାରୀ ବାସଭବନରେ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏଯାଏଁ ସ୍ପଷ୍ଟ ହୋଇେପାରିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ହିଁ ଆତ୍ମହତ୍ୟାର କାରଣ ଜଣାପଡିପାରେ ବୋଲି ଏସଡିପିଓ ଅନୁପ କୁମାର ସୂଚନା ଦେଇଛନ୍ତି ।

   Related Posts