ଥାନାକୁ ଡ଼ାକି ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ, ସମସ୍ତ ପୁଲିସ କର୍ମଚାରୀ ଓ ଅଧିକାରୀ ଗିରଫ

Published By : Prameya-News7 Bureau | November 22, 2019 IST

ନୂଆଦିଲ୍ଲୀ୨୨/୧୧: ଥାନା ଅଧିକାରୀଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ। ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଥାନା ଅଧିକାରୀ ସମେତ ଅନ୍ୟ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ଘଟଣା ଅନୁସାରେ କିଛି ଦିନ ତଳେ ଟଲେଓ୍ବାଲ୍‌ ଥାନା ଅନ୍ତର୍ଗତ ଚୁଙ୍ଘା ଅଞ୍ଚଳର ସିକନ୍ଦର ସିଂହ ଓ ତାଙ୍କ ସ୍ତ୍ରୀଙ୍କୁ କିଏ ଜଣେ ଦୁର୍ବୃତ୍ତ ଗୁଳି କରି ଫେରାଇ ହୋଇଯାଇଥିଲା। ଏହି ଗୁଳିମାଡ଼ରେ ସିକନ୍ଦର ଓ ତାଙ୍କ ପତ୍ନୀ ଆହତ ହୋଇଥିଲେ।

ପୋଲିସର ସୂଚନା ମୁତାବକ ଗୁଳିମାଡ଼ ପରେ ଆହତ ସିକନ୍ଦର ଟଲେଓ୍ବାଲ୍ ଥାନାରେ ଏଫଆଇଆର ଦେଇଥିଲେ। ପୋଲିସ ଘଟଣା ପୂରା ଛାନଭିନ୍ କରିବା ସମୟରେ ଏକ ତଥ୍ୟ ସାମ୍ନାକୁ ଆସିଥିଲା।  ଗୁଳି ମାରି ଫେରାର୍‌ ହୋଇଥିବା ବ୍ୟକ୍ତିକୁ ପୂର୍ବରୁ ସିକନ୍ଦରଙ୍କ ପତ୍ନୀ ଜାଣିଥିବା ସୂଚନା ମିଳିଥିଲା। ତେଣୁ ତଦନ୍ତ ସମୟରେ ସିକନ୍ଦରଙ୍କ ପତ୍ନୀଙ୍କୁ ଏ ଘଟଣା ସଂପର୍କରେ ପଚରାଉଚାର କରାଯାଇଥିଲା।

ତଦନ୍ତ ସମୟରେ ଥାନା ଅଧିକାରୀ ବଳଦେବ ସିଂହ ପୀଡ଼ିତା ମହିଳାଙ୍କୁ ଘଟଣା ସଂପର୍କରେ ପଚାରିଥିଲେ।  ଏହି ସମୟରେ ଥାନା ଅଧିକାରୀ ବଳଦେବ ସିଂହ, ଅନ୍ୟ ଜଣେ କର୍ମଚାରୀ ତରୁଣ କୁମାର ଓ ଜଗ୍‌ଦେବ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ ଅଭିଯୁକ୍ତ ଥାନା ଅଧିକାରୀ ତାଙ୍କୁ ଥାନାକୁ ଡ଼ାକିଥିଲା। ସାଙ୍ଗରେ କାହାକୁ ନ ଆଣିବା ପାଇଁ ମଧ୍ୟ କହିଥିଲା। ତେଣୁ ବିଶ୍ବାସରେ ପୀଡ଼ିତା ଏକୁଟିଆ ଥାନାରେ ପହଞ୍ଚିବା ପରେ ତାଙ୍କ ସହ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଅଭିଯୋଗ ମିଳିବା ପରେ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.