ନ୍ଯାୟ ଦାବିରେ ବାଲିଅନ୍ତା ଥାନା ଘେରାଉ କଲେ ପରିବାର

Published By : Prameya-News7 Bureau | October 27, 2022 IST

ବାଲିପାଟଣା ୨୭/୧୦: ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ  ଥାନା ଘେରିଲେ ପରିବାର ଲୋକେ। ଶାଶୁଘର ଲୋକ ଝିଅକୁ ହତ୍ୟା ଅଭିଯୋଗରେ ବାଲିଅନ୍ତା ଥାନା ଘେରିଲେ ମୃତକଙ୍କ ବାପଘର ଲୋକ। ସୂଚନାଥାଉକି, ଝାଡ଼ଖଣ୍ଡର ସୀମା ସାହୁ ବାଲିଅନ୍ତା ଥାନା ରଙ୍ଗ ବଜାରରେ ସ୍ଵାମୀଙ୍କ ସହ  ଭଡାଘରେ ରହୁଥିଲେ। ଗତ ସେପ୍ଟେମ୍ବର ୨୪ ରେ  ସନ୍ଦେହଜନକ ଅବସ୍ଥାରେ ସୀମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ହତ୍ୟା ବୋଲି ଝିଅର ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଶାଶୁଘର ଲୋକ ଝିଅକୁ ମାରି ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ମୃତକଙ୍କ ବଡ଼ ଭଉଣୀ କହିଛନ୍ତି।  ଅଭିଯୁକ୍ତକୁ ଗିରଫ ଦାବି ନେଇ ଆଜି ବାଲିଅନ୍ତା ଥାନା ଘେରଉ କରିଛନ୍ତି ମୃତକଙ୍କ ପରିବାର ଲୋକ। ଅନ୍ୟପଟେ ଏହି ଘଟଣାରେ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.